ଓଡିଶା ନିର୍ମାଣ କନକ୍ଲେଭରେ ସୌମ୍ୟରଂଜନଙ୍କ ମତ । ଘରଚଟିଆର ଉଦାହରଣ ଦେଇ ତୃଣମୂଳ ସ୍ତରର ବିକାଶ ଉପରେ ଦେଲେ ଗୁରୁତ୍ୱ ।

ରାଜ୍ୟ ବିକାଶର ଚିତ୍ର ଆଙ୍କିଲେ ଉନ୍ନୟନ କମିସନର

70

କନକ ବ୍ୟୁରୋ: ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ‘ଓଡିଶା ନିର୍ମାଣ କନକ୍ଲେଭ-୨୦୨୧’କୁ ଉଦଘାଟନ କରି ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୈାମ୍ୟରଂଜନ ପଟ୍ଟନାୟକ ଓଡିଶା ନିର୍ମାଣ କନକ୍ଲେଭର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଓଡିଶାର ଉନ୍ନତି, ଭବିଷ୍ୟତରେ ଓଡିଶାରେ ବିକାଶର ମାପକାଠି କିପରି ହେବା ଉଚିତ । ଏହା ବୁଝାଇବାକୁ ଯାଇ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ଘର ଚଟିଆର ଉଦାହରଣ ଦେଇଥିଲେ।

ତାଙ୍କ ସହିତ ‘ଓଡିଶା ନିର୍ମାଣ କନକ୍ଲେଭ-୨୦୨୧’ର ଉଦଘାଟନୀ ଅଧିବେଶନରେ ଉନ୍ନୟନ କମିସନର ସାମିଲ ହୋଇଥିଲେ । ଏଥିରେ କନକ ନ୍ୟୁଜର ଏଡିଟର ମନୋରଂଜନ ମିଶ୍ର ପ୍ରଶ୍ନ କରିଥିଲେ, ୨୦୩୬ ମସିହାରେ ଓଡିଶାର ଚିତ୍ର କେମିତି ହୋଇଥିବ? ଏହାସହ ଓଡିଶାର ନାଗରିକ କେତେ ଖୁସି? ଯାହାର ଉତ୍ତର ଦେଇ ଉନ୍ନୟନ କମିସନର କହିଥିଲେ, ଯେତେ ବେଳେ ନାଗରିକ, ନିଜର ହକ ପାଇବା ପାଇଁ କୌଣସି ସମସ୍ୟାକୁ ସାମ୍ନା କରେ ନାହିଁ, ସେତେ ବେଳେ ସେ ଖୁସି ହୁଏ । ବିକାଶ ଏକ ନିରନ୍ତର ପ୍ରକ୍ରିୟା । ବିକାଶ କେଉଁଠି ଅଟକି ଯାଏ ନାହିଁ । ରାଜ୍ୟର ବିକାଶ ଓ ନାଗରିକଙ୍କ ଉନ୍ନତି ପାଇଁ ସରକାର ବିଜୁଳି ସେବା, ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ ଯାଏଁ ଉଲ୍ଲେଖନୀୟ କାମ କରିଚାଲିଥିବା କହିଛନ୍ତି ଉନ୍ନୟନ କମିସନର ।