ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେକି ସୋନିଆ-ପ୍ରିୟଙ୍କା? ଜୟରାମ ରମେଶ ଦେଲେ ଜବାବ…

58

କନକ ବ୍ୟୁରୋ: କଂଗ୍ରେସର ଭାରତ ଯୋଡୋ ଯାତ୍ରା କର୍ଣ୍ଣାଟକରେ ପହଞ୍ଚି ସାରିଛି । ରାହୁଲ ଗାନ୍ଧୀଙ୍କ ସହିତ ପଦଯାତ୍ରାରେ ସାମିଲ ଥିବା ନେତା ଏଠାରେ ୨୨ ଦିନ ବିତାଇବେ । କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଯାତ୍ରାରେ ସାମିଲ ହେବେ । ଦଳର ବରିଷ୍ଠ ନେତା ତଥା ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, ଉଭୟଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାର ତାରିଖ ନିର୍ଣ୍ଣୟ ହୋଇନାହିଁ । କଂଗ୍ରେସର ଏହି ଯାତ୍ରା କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ କର୍ଣ୍ଣାଟକରେ ପହଞ୍ଚିସାରିଛି । ରାହୁଲ ଗାନ୍ଧୀ ଏହି ଯାତ୍ରାରେ ଲଗାତର ଭାବେ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ସୋସିଆଲ ମିଡିଆରେ ଏନେଇ ଅନେକ ପ୍ରଶ୍ନ ପରେ ଜୟକାମ ରମେଶ ଗଣମାଧ୍ୟମ ଆଗରେ ଏହାର ଉତ୍ତର ରଖିଛନ୍ତି । ଲଗାତର ଭାବେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠୁଥିଲା ଯେ କେବେ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଏହି ଯାତ୍ରାରେ ସାମିଲ ହେବେ । ତେବେ ଆଶା ରହିଛି ଯେ ଦୀପାବଳି ପୂର୍ବରୁ ଏବଂ ଦଶହରା ପରେ ସେମାନେ ଏହି ଯାତ୍ରାରେ ସାମିଲ ହେବାର ସମ୍ଭାବନା ରହିଛି ।