ଟିମ୍ ଇଣ୍ଡିଆ ସହ ଅଭ୍ୟାସ କଲେନି ରୋହିତ ଶର୍ମା! ଡେରିରେ ପହଞ୍ଚିଲେ ଗୁଆହାଟୀ । ଜାଣନ୍ତୁ, ଏହା ପଛର କାରଣ…

282

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଭିତରେ ଆଜି ଗୁଆହାଟୀରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ଦୁଇଟି ଯାକ ଟିମ ଶୁକ୍ରବାର ସେଠାରେ ପହଞ୍ଚି ଯାଇଥିବାବେଳେ, ପ୍ରାକ୍ଟିସ୍ ମଧ୍ୟ ଆରମ୍ଭ କରିଦେଇଛନ୍ତି । ତେବେ ଟିମ୍ ଇଣ୍ଡିଆ କ୍ୟାମ୍ପରେ କିଛି ହଲଚଲ୍ ନଜର ଆସିଛି । କାହିଁକି ନା ଦଳର ଅଧିନାୟକ ରୋହିତ ଶର୍ମା ଶନିବାର ରାତି ପର୍ଯ୍ୟନ୍ତ ଦଳ ସହ ନଜର ଆସିନଥିଲେ ।

ମିଳିଥିବା ସୂଚନା ମୁତାବକ, ରୋହିତ ଶର୍ମା ରାତିରେ ଟିମ୍ ଇଣ୍ଡିଆ ସହ ଯୋଗ ଦେଇଥିଲେ । ଏବଂ ଏବେ ସେ ମ୍ୟାଚ୍ ଖେଳିବା ମଧ୍ୟ ପକ୍କା ହୋଇଯାଇଛି । ହେଲେ ସେ ଦଳର ଅଭ୍ୟାସ ସେସନରେ ଯୋଗ ଦେଇପାରିନାହାଁନ୍ତି । ତେଣୁ ଏତେ ବଡ ମ୍ୟାଚ୍ ପୂର୍ବରୁ ଦଳର ଓପନର ଅଭ୍ୟାସ ନକରିବାକୁ ନେଇ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ନିଜର ବ୍ୟକ୍ତିଗତ କାରଣରୁ ରୋହିତ ଶର୍ମା ଟିମ୍ ଇଣ୍ଡିଆ ସହ ଟ୍ରାଭେଲ୍ କରିପାରିନଥିଲେ । ଯେଉଁ କାରଣରୁ ଗତକାଲି ଦଳର ପ୍ରେସ୍ କନଫରେନ୍ସରେ ଅଧିନାୟକ ଯୋଗ ନଦେଇ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ପ୍ରେସ୍ କନଫରେନ୍ସ କରିଥିଲେ ।