ଗୋଟିଏ ମାସରେ ୮୪୯ ମାମଲାର ସମାଧାନ କଲେ ସୁପ୍ରିମକୋର୍ଟ, ଜାଣନ୍ତୁ ପଡି ରହିଛି ଆଉ କେତେ ମାମଲା

84

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଗୋଟିଏ ମାସରେ ୮୪୯ ଟି ମାମଲାର ସମାଧାନ କରିଛନ୍ତି । ଏନେଇ କୋର୍ଟ ତରଫରୁ ଜାରି କରାଯାଇଥିବା ଏକ ରିପୋର୍ଟ ମାଧ୍ୟମରେ ସୂଚନା ଦିଆଯାଇଛି । ରିପୋର୍ଟ ମୁତାବକ ଚଳିତ ବର୍ଷ ଅଗଷ୍ଟମାସର ସେଶଷ ସୁଦ୍ଧା କୋର୍ଟରେ ୭୦,୩୧୦ ଟି ମାମଲା ପଡି ରହିଥିଲା । ଏଥିରୁ କେବଳ ସେପ୍ଟେମ୍ବର ମାସରେ ୮୪୯ ଟି ମାମଲାର ପୂର୍ଣ୍ଣ ସମାଧାନ ହୋଇଛି । ଏହାପରେ ଏବେ ସୁପ୍ରିମକୋର୍ଟରେ ୬୯,୪୬୧ ଟି ମାମଲା ପଡି ରହିଛି । ଏଥି ମଧ୍ୟରୁ ୫୦.୫୦୮ ଟି ମାମଲା କେବଳ ଆଡମିଶନ ସମ୍ବନ୍ଧରେ ରହିଥିବା ବେଳେ ୧୮,୯୫୩ ଟି ରେଗୁଲାର ମାମଲା ରହିଛି ।

ଆଡମିଶନ ସମ୍ବନ୍ଧୀୟ ବାକି ପଡିଥିବା ୫୦,୫୦୮ ଟି ମାମଲା ମଧ୍ୟରୁ ୧୧,୬୮୮ ଟି ଏଭଳି ମାମଲା ଯାହା ଏବେ ଅସମ୍ପୂର୍ଣ୍ଣ ରହିଛି । ଏଥିରେ କାହାର ଫିସ ବାକି ତ କାହା ପାଖରେ ନୋଟିସ ପହଂଚି ନଥିବା ଭଳି ମାମଲା ରହିଛି । ସେପଟେ ୧୮,୯୫୩ ଟି ରେଗୁଲାର ଶୁଣାଣି ମାମଲା ମଧ୍ୟରୁ ୧୮,୮୯୪ ଟି ମାମଲା ଶୁଣାଣି ହେବାକୁ ଅଛି ଓ ୫୯ ମାମଲା ଏଭଳି ରହିଛି ଯାହା ଉପରେ ଏବେ ଶୁଣାଣି ହେବାର ନାହିଁ । ଅର୍ଥାତ ୧୬.୯୧ ପ୍ରତିଶତ ମାମଲା ଅସମ୍ପୂର୍ଣ୍ଣ ରହିଛି । ଅର୍ଥାତ ଏହା ଉପରେ ଏବେ ଶୁଣାଣି ହେବାର ନାହିଁ ।

ଦୀର୍ଘଦିନ ହେବ ପଡି ରହିଥିବା ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ତରଫରୁ ୫ ଜଣିଆ, ୭ ଜଣିଆ, ଓ ୯ ଜଣିଆ ବିଚାରପତିଙ୍କୁ ନେଇ ବେଞ୍ଚ ପ୍ରତିଷ୍ଠା କରାଯାଇଛି । ଯେଉଁ ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ ତା ମଧ୍ୟରୁ ୫ ଜଣିଆ ଖଣ୍ଡପୀଠରେ ୩୩୮ ଟି ମାମଲାର ଶୁଣାଣି ହେବାକୁ ÷ଛି । ଏଥି ମଧ୍ୟରୁ ୪୨ ଟି ପ୍ରମୁଖ ମାମଲା ରହିଛି ୨୯୬ ଟି କନେକଟେଡ ମାମଲା । ସେହିଭଳି ୭ ଜଣିଆ ଖଣ୍ଡପୀଠ ମୋଟ ୧୭ ଟି ମାମଲାର ଶୁଣାଣି କରିବେ । ଏଥିରେ ୭ ଟି ମୁଖ୍ୟ ମାମଲା ଥିବା ବେଳେ ୮ ଟି କନେକଟେଡ ମାମଲା ରହିଛି । ଅନ୍ୟପଟେ ୯ ଜଣିଆ ବେଞ୍ଚରେ ମୋଟ ୧୩୫ ଟି ମାମଲା ରହିଛି । ଏଥି ମଧ୍ୟରୁ ୫ ଟି ପ୍ରମୁଖ ମାମଲା ଥିବା ବେଳେ ୧୩୦ ଟି କନେକଟେଡ ମାମଲା ରହିଛି ।