ଟଙ୍କା ପାଇଁ ମା’କୁ ପୋଡ଼ି ଦେଲା ପୁଅ : ଅନ୍ୟ ଜାତିରେ ବିବାହକୁ ନେଇ ଲାଗି ରହିଥିଲା ବିବାଦ

325

କନକ ବ୍ୟୁରୋ : ଟଙ୍କା ଦେଇନପାରିବାରୁ ମା’କୁ ପୋଡି ମାରିଲା ପୁଅ । ଦେଢଲକ୍ଷ ଟଙ୍କା ମାଗିଥିଲେ ମା’ ନଦେବାକୁ ନିଆଁ ଲଗାଇ ମା’କୁ ମାରି ଦେଇଛି ବଡ ପୁଅ । ଯାଜପୁର ମଙ୍ଗଳପୁର ଜାଫରପୁର ଗାଁରେ ଏହିଭଳି ନାରକୀୟ କାଣ୍ଡ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଜାଫରପୁର ପଞ୍ଚାୟତ ଜଗବନ୍ଧୁ ମାଲିକଙ୍କ ପତ୍ନୀ ସଂଜୁଲତା ମାଲିକ । ସଂଜୁଙ୍କ ବଡପୁଅ ଅନ୍ୟ ଜାତିରେ ବିବାହ କରିଥିବାରୁ ଅନେକ ସମୟରେ ପରିବାରରେ ବିବାଦ ଲାଗି ରହିଥିଲା ।

ସେହିପରି ବିଭିନ୍ନ ସମୟରେ ମା’କୁ ଟଙ୍କା ମାଗିବା ସହିତ ଶାରିରୀକ ଓ ମାନସିକ ସ୍ତରରେ ନିର୍ଯାତନା ଦେଇଆସୁଥିଲା । ସେହିଭଳି ଘଟଣା ଦିନ ଅଭିଯୁକ୍ତ ସଂଜୁଙ୍କୁ ଦେଢ ଲକ୍ଷ ଟଙ୍କା ମାଗିଥିଲେ । ମହିଳା ଜଣଙ୍କ ଟଙ୍କା ଦେବାକୁ ମନାକରିଦେବାରୁ ଉତ୍ୟକ୍ତ ହୋଇ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ନିଆଁରେ ପୋଡି ହୋଇ ମହିଳା ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ମହିଳାଙ୍କ ପୁଅ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।