କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ଚାଲିଛି ଭୋଟ୍ ଗ୍ରହଣ : କେଉଁ ବିଧାନସଭା ଆସନ ଉପରେ ନଜର ?

159

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୟେଦିରୁପ୍ପା କହିଛନ୍ତି ୭୫ରୁ ୮୦ ପ୍ରତିଶତ ଲୋକଙ୍କ ସମର୍ଥନ ବିଜେପି ସପକ୍ଷରେ ରହିଛି । ଦଳ ୧୩୦ରୁ ୧୩୫ ଆସନରେ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଚଳିତ ଥର ନିର୍ବାଚନ ମଇଦାନରେ ମୋଟ୍ ୨୬୧୫ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁଛି । ସେହିପରି ଆମ୍ ଆଦମୀ ପାର୍ଟି ୨୦୯ ଆସନରେ ପ୍ରାର୍ଥୀ ଦେଇଛି ।

– ୫୮ ହଜାର ୨୮୨ ମତଦାନ କେନ୍ଦ୍ର
– ମୋଟ୍ ୫ କୋଟି ୨୧ ଲକ୍ଷ ଭୋଟର ଅଛନ୍ତି
– ୨ କୋଟି ୫୯ ଲକ୍ଷ ମହିଳା ଭୋଟର
– ୨ କୋଟି ୬୨ ଲକ୍ଷ ପୁରୁଷ ଭୋଟର
– ୯ ଲକ୍ଷ ୧୭ ହଜାର ପ୍ରଥମଥର ଭୋଟ୍ ଦେଉଛନ୍ତି
– ୪ ହଜାର ୬୯୯ ଜଣ ତୃତୀୟ ଲିଙ୍ଗ ଭୋଟର
– ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଘରୁ ଭୋଟ୍ ଦେଇଛନ୍ତି

କେଉଁ ବିଧାନସଭା ଆସନ ଉପରେ ନଜର ?

ଶିବଗଙ୍ଗା
– ମୁଖ୍ୟମନ୍ତ୍ରୀ ବସଭରାଜ ବୋମଇ ଶିବଗଙ୍ଗା ଆସନରୁ ପ୍ରାର୍ଥୀ
– ତେଣୁ ଏହି ନିର୍ବାଚନୀ କ୍ଷେତ୍ର ଉପରେ ସମସ୍ତଙ୍କ ନଜର

ବରୁଣା
– ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ତାଙ୍କ ପରିବାରର ଗଡ଼ ବରୁଣା ଆସନ
– ଶେଷଥର ପାଇଁ ନିର୍ବାଚନ ଲଢୁଥିବା ଘୋଷଣା କରିସାରିଛନ୍ତି ସିଦ୍ଧରମୈୟା

କନକପୁରା
– କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ଗଡ଼ କନକପୁରା
– ଇଡି ତଦନ୍ତର ସାମ୍ନା କରୁଥିବା ଶିବକୁମାରଙ୍କୁ ଭୋକାଲିଗାଙ୍କ ସମର୍ଥନ ରହିଛି

ଶିକାରୀପୁରା
– ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ପୁଅ ଶିକାରୀପୁରାରୁ ଲଢୁଛନ୍ତି
– ପୁଅ ବିୱାଇ ବିଜୟେନ୍ଦ୍ରଙ୍କ ବିଜୟ ୟେଦିୟୁରପ୍ପାଙ୍କ ପାଇଁ ସମ୍ମାନର ପ୍ରଶ୍ନ

ଚନ୍ନାପଟନା
– ଚନ୍ନାପଟନାରୁ ପ୍ରାର୍ଥୀ ହୋଇଛନ୍ତି ୨ ଥରର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ
– ବାରମ୍ବାର କିଙ୍ଗମେକର ବନିଥିବା କୁମାରସ୍ୱାମୀଙ୍କ ପ୍ରଦର୍ଶନ ଉପରେ ନଜର

ରାମନଗର
– ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡାଙ୍କ ନାତି ରାମନଗରରୁ ପ୍ରାର୍ଥୀ
– ଏଚଡି କୁମାରସ୍ୱାମୀଙ୍କ ପୁଅ ନୀଖିଲ କୁମାରସ୍ୱାମୀ ଏଠାରୁ ନିର୍ବାଚନ ଲଢୁଛନ୍ତି

ବସଭରାଜ ବୋମଇ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

– ୨୦୨୧ରେ ବିଏସ ୟେଦିୟୁରପ୍ପାଙ୍କଠାରୁ ଦାୟିତ୍ୱ ଗ୍ରହଣ କଲେ
– ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ବସଭରାଜ ବୋମଇ
– ୨୦୦୮ରେ ପ୍ରଥମେ ସିଗାଓଁ ଆସନରୁ ନିର୍ବାଚିତ ହୋଇଥିଲେ
– ୨୦୧୩ ଏବଂ ୨୦୧୮ରେ ସମାନ ଆସନରୁ ନିର୍ବାଚିତ ହେଲେ
– ଲିଙ୍ଗାୟତ ସମାଜରୁ ଆସିଛନ୍ତି ବସଭରାଜ
– ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଆର ବୋମଇଙ୍କ ପୁଅ
– ୨୦୦୮ରେ ବିଜେପି ଟିକେଟ୍ରେ ଲଢିବା ପୂର୍ବରୁ ଜେଡିୟୁରେ ଥିଲେ
– ମେକାନିକାଲ ଇଂଜିନିୟରିଂରେ ଡିଗ୍ରୀ କରିଛନ୍ତି
– ପୁଣେସ୍ଥିତ ଟାଟା ମୋଟର୍ସରେ ୩ ବର୍ଷ କାମ କରିଛନ୍ତି

ସିଦ୍ଧରମୈୟା, କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ

– ୨୦୧୩ରେ କଂଗ୍ରେସ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ହେଲେ
– ୧୯୮୩ରେ ପ୍ରଥମଥର କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
– ଲୋକ ଦଳ ପାର୍ଟି ଟିକେଟ୍ରେ ମଇଶୁର ଚାମୁଣ୍ଡେଶ୍ୱରୀ ଆସନରୁ ଜିତିଥିଲେ
– ୧୯୮୫ରେ ଜନତା ପାର୍ଟି ଟିକେଟ୍ରେ ଜିତି ଚାମୁଣ୍ଡେଶ୍ୱରୀ ଆସନ ବଜାୟ ରଖିଲେ
– ୧୯୯୪ରେ ଜନତା ଦଳ ଓ ୨୦୦୪ରେ ଜେଡିଏସ ଟିକେଟରୁ ଲଢି ଜିତିଥିଲେ
– ୨୦୦୫ରେ ଜେଡିଏସରୁ ନିଲମ୍ବିତ ହେଲେ, ସମର୍ଥକଙ୍କୁ ଧରି କଂଗ୍ରେସରେ ମିଶିଲେ
– ୨ଥର ଉପମୁଖ୍ୟମନ୍ତ୍ରୀ ହେବା ପରେ ୨୦୧୩ରେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ
– ୨୦୧୮ରେ କଂଗ୍ରେସ ଟିକଟରେ ବାଦାମିରୁ ଜିତିଲେ ଓ ଚାମୁଣ୍ଡେଶ୍ୱରୀରୁ ହାରିଲେ
– କୁରୁବା ସଂପ୍ରଦାୟରୁ ଆସିଛନ୍ତି, ମଇଶୁର ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ
– ରାଜନୀତିକୁ ଆସିବା ପୂର୍ବରୁ ଆଇନଜୀବୀ ଭାବେ କାମ କରୁଥିଲେ ସିଦ୍ଧରମୈୟା

ଏଚଡି କୁମାରସ୍ୱାମୀ, କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ

– ୧୯୯୬ରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ
– କନକପୁରା ଲୋକସଭା ଆସନରୁ ପ୍ରଥମଥର ସଂସଦକୁ ଗଲେ
– ୧୯୯୯ରେ ସଥାନୁର ବିଧାନସଭା ଆସନରୁ ପରାଜିତ ହେଲେ
– ୨୦୦୪ରେ ରାମନଗର ଆସନରୁ ଜିତି ବିଧାନସଭାକୁ ଗଲେ
– ୨ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଏଚ୍ଡି କୁମାରସ୍ୱାମୀ
– ୨୦୦୬ ଫେବ୍ରୁଆରୀରୁ ୨୦୦୭ ଅକ୍ଟୋବର ଯାଏଁ ମୁଖ୍ୟମନ୍ତ୍ରୀ
– ପୁଣି ୨୦୧୮ ମେ’ରୁ ୨୦୧୯ ଜୁଲାଇ ଯାଏଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
– ମେଂଟ ସରକାର ଆସ୍ଥା ଭୋଟରେ ହାରିବା ପରେ ୨୦୧୯ ଜୁଲାଇରେ ଇସ୍ତଫା
– ୨୦୧୮ରେ ରାମନଗର ସହ ଚନ୍ନାପଟନା ଆସନରୁ ଜିତିଥିଲେ

ଡିକେ ଶିବକୁମାର, କର୍ଣ୍ଣାଟକ ପିସିସି ସଭାପତି

– କର୍ଣ୍ଣାଟକରେ କଂଗ୍ରେସର ସବୁଠାରୁ ପରିଚିତ ଚେହେରା
– ୭ଥରର ବିଧାୟକ ଏବଂ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି
– ରାଜ୍ୟରେ କଂଗ୍ରେସ ପାଇଁ ସଂକଟ ମୋଚକ ଭାବେ ଜଣାଶୁଣା
– ୧୯୮୫ରେ ସଥାନୁର ଆସନରୁ ଦେବେଗୌଡାଙ୍କ ବିରୋଧରେ ଲଢି ଚର୍ଚ୍ଚାକୁ ଆସିଲେ
– ୧୯୮୯ରେ ସଥାନୁର ଆସନରୁ ଜିତି ପ୍ରଥମଥର ବିଧାନସଭାକୁ ଗଲେ
– ୨୦୦୮ରେ କନକପୁରାରୁ ଜିତିଲେ, ୨୦୧୩ ଓ ୨୦୧୮ରେ ଆସନ ବଜାୟ ରଖିଲେ
– କଂଗ୍ରେସ ସରକାରରେ ଶକ୍ତି ଓ ଜଳସେଚନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି
– ୧୯୯୯ରେ କୁମାରସ୍ୱାମୀଙ୍କୁ ୧୪ ହଜାରରୁ ଅଧିକ ଭୋଟରେ ହରାଇଲେ
– ୨୦୨୦ରେ ତାଙ୍କୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ୱ ମିଳିଲା
– ଶିବକୁମାରଙ୍କ ଭାଇ ଡିକେ ସୁରେଶ ବାଙ୍ଗାଲୋର ରୁରାଲ ଆସନରୁ ସାଂସଦ ଅଛନ୍ତି