୨୦୨୫ରେ ପ୍ରଳୟ ରଚିବ ସୌର ଝଡ! ଦୁନିଆରେ ଇଣ୍ଟରନେଟ୍ ସେବାର ହେବ ସର୍ବନାଶ ।

906

କନକ ବ୍ୟୁରୋ: ୨୦୨୫ରେ ଭୟଙ୍କର ରୂପ ନେବ ସୂର୍ଯ୍ୟ । ସୃଷ୍ଟି ହୋଇପାରେ ଭୀଷଣ ସୌର ଝଡ । ୱାଶିଂଟନ ପୋଷ୍ଟରେ ଏଭଳି ଖବର ପ୍ରକାଶ ପାଇବା ପରେ ଏନେଇ ସମାନ ମତ ଦେଇଛନ୍ତି କାଲିଫର୍ଣ୍ଣ୍ରିଆ ୟୁନିଭର୍ସିଟି ଅଫ୍ କମ୍ପ୍ୟୁଟର ସାଇନ୍ସର ପ୍ରଫେସର ସଙ୍ଗୀତା ଅବଦୁ ଜ୍ୟୋତି ଓ ଆମେରିକା ନ୍ୟାସନାଲ ଓସେନିକ୍ ଆଣ୍ଡ୍ ଆଟମୋସ୍ପିୟରିକ୍ ଆଡମିନିଷ୍ଟେନର ବୈଜ୍ଞାନିକ ।

ଅନ୍ତର୍ଜାତୀୟ ଖବର ମୁତାବକ, ୨୦୨୫ରେ ଆସିବାକୁ ଥିବା ଏହି ସୌରଝଡ଼ ବିଶ୍ୱର ଯୋଗାଯୋଗ ବ୍ୟବସ୍ଥାକୁ ଅକଳ୍ପନୀୟ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି। କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ଏସ୍‌. ଅବ୍‌ଦୁ ଜ୍ୟୋତି କହିଛନ୍ତି, ଅତି ଚରମ ପର୍ୟ୍ୟାୟର ସୌରଝଡ଼ ସମ୍ଭାବନା ଥିବାରୁ ଏହାର କ୍ଷୟକ୍ଷତି କେତେ ବ୍ୟାପକ ହେବ ତାହା ଅନୁମାନ କରିହେବନାହିଁ। ସୌର ଝଡ଼ ଯୋଗୁଁ ରେଡିଓ ବ୍ଲାକ୍‌ଆଉଟ ତଥା ପାୱାର ଗ୍ରିଡ୍‌ ବିଫଳ ହୋଇଯିବ ବୋଲି ମଧ୍ୟ କେତେକ ବିଶେଷଜ୍ଞ କହିଛନ୍ତି। ଏହାସହ ଇଣ୍ଟରନେଟ୍ ସଭା ବିପର୍ଯ୍ୟସ୍ତ ହେବ ବୋଲି ସେ ଆକଳନ କରିଛନ୍ତି ।