ହିମାଚଳପ୍ରଦେଶରେ ବନ୍ୟା : ଫସି ରହିଛନ୍ତି ହଜାର ହଜାର ଲୋକ; ଆକାଶମାର୍ଗରୁ ସ୍ଥିତି ପରିଖିଲେ ମୁଖ୍ୟମନ୍ତ୍ରୀ

191

କନକ ବ୍ୟୁରୋ :  ହିମାଚଳପ୍ରଦେଶ ସ୍ଥିତି ମଧ୍ୟ ବେହାଲ ହୋଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆକାଶମାର୍ଗରୁ ସ୍ଥିତି ପରିଖିବା ସହ ବିଭିନ୍ନ ସ୍ଥାନକୁ ଯାଇ ସମୀକ୍ଷା କରିଛନ୍ତି । ହିମାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ୧୦ ହଜାର ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି ।

ଚନ୍ଦ୍ରତାଳରେ ୩ ଫୁଟ ବରଫ ଜମିଯାଇଛି । ୬ଟି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । କୁଲ୍ଲୁର ବ୍ୟାସ ନଦୀରେ ବନ୍ୟା ଆସିବାରୁ ଏକ ବାଜାର ଅଧା ଭାସିଯାଇଛି । ଭୁସ୍ଖଳନ ଯୋଗୁ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଜାତୀୟ ରାଜପଥର ଅନେକ ସ୍ଥାନ ବନ୍ଦ ରହିଛି । ଏହା ଯୋଗୁଁ ୩ରୁ ୫ ହଜାର ଲୋକ ଫସି ରହିଛନ୍ତି ।