ସିକ୍କିମ ପୋଲିସ କର୍ମଚାରୀଙ୍କ ଅଭାବନୀୟ କାଣ୍ଡ: ନିଜର ୩ ସାଥୀ ପୋଲିସଙ୍କୁ ମାରିଲେ ଗୁଳି, ୨ ଜଣଙ୍କ ମୃତ୍ୟୁ

93

କନକ ବ୍ୟୁରୋ: ଦିଲ୍ଲୀର ରୋହୀଣି ଅଞ୍ଚଳରେ ସିକ୍କିମ ପୋଲିସ କର୍ମଚାରୀଙ୍କ ଅଭାବନୀୟ କାଣ୍ଡ । ଜଣେ ପୋଲିସ କର୍ମଚାରୀ ନିଜର ୩ ସାଥି ପୋଲିସଙ୍କୁ ଗୁଳି ମାଡ କରିଛନ୍ତି । ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ରୋହିଣୀ ଅଞ୍ଚଳରେ ଥିବା ହେଦରପୁର ପ୍ଲାଣ୍ଟରେ ଘଟିଛି । ଏହି ପୋଲିସ କର୍ମଚାରୀମାନେ ପ୍ଲାଣ୍ଟରେ ଡ୍ୟୁଟି କରୁଥିଲେ । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ହେପାଜତକୁ ନେଇଛି ପୋଲିସ । ପରସ୍ପର ମଧ୍ୟରେ ଗଣ୍ଡଗୋଳ କାରଣରୁ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି ।