କେରଳରେ ମଙ୍କିପକ୍ସ ବଢାଇଲା ଚିନ୍ତା। ଚିହ୍ନଟ ହେଲେ ଆଉ ଜଣେ ସଂକ୍ରମିତ।

107

କନକ ବ୍ୟୁରୋ: ଭାରତରେ ମଙ୍କିପକ୍ସ ମହାମାରୀ ଧିରି ଧିରେ ବଢିଚାଲିଛି । କେରଳରୁ ପୁଣି ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୋମବାର ଏନେଇ ସୂଚନା ଦେଇ କହିଛନ୍ତି, ଦୁବାଇରୁ ଫେରିଥିବା ୩୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ଲକ୍ଷଣ ଦେଖାଯିବା ପରେ ମଙ୍କିପକ୍ସ ସଂକ୍ରମିତ ଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ଆଉ ଗୋଟିଏ ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମିତ ଜୁଲାଇ ୧୩ରେ କେରଳରେ ପହଞ୍ଚିଥିଲୋ କୁନ୍ନୁର ଏହି ବ୍ୟକ୍ତିଙ୍କର ପରିୟାରାମ ମେଡିକାଲ କଲେଜରେ ଚିକିତ୍ସା ଜାରିରହିଛି ।

ଗୁରୁବାର ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହା ପରେ ଯାଞ୍ଚ ପାଇଁ କେନ୍ଦ୍ରୀୟ ଟିମକୁ ସେଠାକୁ ପଠାଯାଇଥିଲା । ପ୍ରଥମ ସଂକ୍ରମିତ ଜୁଲାଇ ୧୨ରେ ଦୁବାଇରୁ ଫେରିବା ପରେ ସଂକ୍ରମିତ ହୋଇଥିଲେ । ସେହିଭଳି ଆନ୍ଧ୍ରପ୍ରଦେଶ ବିଜୟୱାଡାର ଜଣେ ଦୁଇ ବର୍ଷୀୟ ଶିଶୁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଥିଲା । ତେବେ ପୁଣେ ଲାବରେ ଟେଷ୍ଟିଂ ପରେ ସେ ସଂକ୍ରମିତ ନଥିବା ସ୍ପଷ୍ଟ ହୋଇଥିଲା ।