ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା ଷଡଯନ୍ତ୍ର : ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗିରଫ ସୁଟର ଦୀପକ ମୁଣ୍ଡିଠାରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

198

କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଷଡଯନ୍ତ୍ର । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗିରଫ ସୁଟର ଦୀପକ ମୁଣ୍ଡି ଗିରଫ ହେବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ଗତକାଲି ପଞ୍ଜାବ ପୋଲିସ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଦୀପକକୁ ଗିରଫ କରିଥିଲା । ଏହାପରେ ସଲମାନ ଖାନଙ୍କୁ ହତ୍ୟା କରିବା ନେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ମିଳିତ ଭାବେ ହତ୍ୟା ଯୋଜନା କରିଥିବା ଜଣାପଡିଛି । କୃଷ୍ଣସାର ମୃଗ ଶିକାର ଘଟଣାରେ ବଲିଉଡ ସୁପରଷ୍ଟାର ସଲମାନ ଖାନ, ଲରେନ୍ସ ବିଷ୍ଣୋଇଙ୍କ ଟାର୍ଗେଟରେ ଆସିଥିଲେ ।

ମେ’ ୨୯ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା
ମେ’୨୮ରେ ପଞ୍ଜାବ ସରକାର ୪୨୪ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର
ସିଦ୍ଧୁ ମୁସେୱାଲାଙ୍କର ମଧ୍ୟ ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା
ସୁରକ୍ଷା ପ୍ରତ୍ୟାହାର ହେବାର ଦିନକ ପରେ ତାଙ୍କୁ ଗୁଳିମାରି ହତ୍ୟା
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ପଳାତକ ସୁଟର ଦୀପକ ମୁଣ୍ଡି ଗିରଫ
ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କଲା ପଞ୍ଜାବ ପୁଲିସ
ସୁଟର୍ ଦୀପକ ମୁଣ୍ଡି ଗିରଫ ପରେ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଟାର୍ଗେଟରେ ଥିଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍
ସଲମାନଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଥିଲା ପ୍ଲାନ୍
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଅନ୍ୟ ଅପରାଧୀ ଗୋଷ୍ଠୀ ସାମିଲ

ସଲମାନ୍ ଖାନଙ୍କୁ ହତ୍ୟା ଷଡଯନ୍ତ୍ର –

କୃଷ୍ଣସାର ମୃଗ ଶିକାର ଘଟଣାରେ ସଲମାନଙ୍କୁ ଟାର୍ଗେଟ
କୃଷ୍ଣସାର ମୃଗକୁ ବିଷ୍ଣୋଇ ସମ୍ପ୍ରଦାୟ ପବିତ୍ର ଜୀବ ଭାବେ ମାନନ୍ତି
ସଲମାନ୍ ଖାନ୍ କୃଷ୍ଣସାର ମୃଗ ଶିକାର ମାମଲାରେ ଛନ୍ଦି ହୋଇଥିଲେ
ଏଥିପାଇଁ ସଲମାନଙ୍କୁ ହତ୍ୟା ଯୋଜନା କରିଥିଲା ଲରେନ୍ସ ବିଷ୍ଣୋଇ
ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର କରିଛନ୍ତି ହତ୍ୟା ଷଡଯନ୍ତ୍ର
କାନାଡାରେ ରହି ଗ୍ୟାଙ୍ଗ ଅପରେଟ କରୁଛି ଗୋଲ୍ଡି ବ୍ରାର
ଲରେନ୍ସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ ଗୋଲ୍ଡି ବ୍ରାର
ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅଛି ଗୋଲ୍ଡି ବ୍ରାର