ଜୁଆର ମାଡରେ ଧୋଇଗଲା ମେରାଇନ ଡ୍ରାଇଭ ରାସ୍ତା : ଯୁଦ୍ଧକାଳୀନ ଭିତ୍ତିରେ ଚାଳିଛି ଅସ୍ଥାୟୀ କାର୍ଯ୍ୟ

92

କନକ ବ୍ୟୁରୋ : ସୀମା ଲଙ୍ଘୁଛି ସମୁଦ୍ର । ଭାଙ୍ଗିଲା ମେରାଇନ ଡ୍ରାଇଭ୍ ରାସ୍ତା । ସମୁଦ୍ର କୂଳେ କୂଳେ ଥିବା ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ଏବେ ବିପଦରେ । କାରଣ ସମୁଦ୍ର ଜୁଆର ମାଡ଼ି ଆସି ଏକାଧିକ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି । ଫଳରେ ରାସ୍ତାରେ ବିପଦ ଶଙ୍କୁଳ ସ୍ଥିତି ହୋଇଛି । ବିଶେଷକରି ଚନ୍ଦ୍ରଭାଗା-ଇକୋ ରିଟ୍ରିଟ ରାସ୍ତାର ସାହୁଖଣତା ଠାରେ ସ୍ଥିତି ସବୁଠୁ ସାଂଘାତିକ । ପ୍ରାୟ ୫ ଶହ ମିଟରର ରାସ୍ତା ନିକଟରେ ବାଲି ଝଡ଼ିଯାଇଛି ।

ସମୁଦ୍ର ଓ ମେରାଇନ ଡ୍ରାଇଭ୍ ରାସ୍ତା ମଧ୍ୟରେ ଏବେ ଆଉ କେତେ ମିଟରର ଦୂରତା ରହିଯାଇଛି । ହେଲେ ଏହି ଦୂରତା ଦିନକୁ ଦିନ କମି ଆସିଛି । ଏପରିକି ବେଳାମାର୍ଗ ପୁରୁଣା ରାସ୍ତାର ସୁରକ୍ଷା ପାଚେରୀ ଏବେ ସଙ୍କଟରେ ପଡ଼ିଛି । ରାସ୍ତା ପ୍ରତି ବିପଦ ଦେଖାଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି । କାଠ ଓ ବାଲିବସ୍ତା ଜରିଆରେ ମରାମତି କରାଯାଉଛି ।