କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ : ସିଦ୍ଦରମୈୟାଙ୍କୁ ମିଳିପାରେ ମୁଖ୍ୟମନ୍ତ୍ରୀ ପଦ; ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

206

କନକ ବ୍ୟୁରୋ : ସିଦ୍ଦରମୈୟାଙ୍କ ହାତକୁ ଯାଇପାରେ କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସିଦ୍ଦରମୈୟା । ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର ଧରିଛି । କିଛି ସମୟ ଧରି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ଡି.କେ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ । ହେଲେ ଏଥିପାଇଁ ସେ ରାଜି ନଥିବା ସୂଚନା ମିଳିଛି । ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ସୂର୍ଯ୍ୟୋବାଲାଙ୍କୁ ଭେଟିବେ ଶିବକୁମାର । ଏହାରି ଭିତିରେ ଆଜି ସଂଧ୍ୟା ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ ।