ପୁଅ ଠାରୁ ଅଧିକ ମାର୍କ ରଖି ପାସ ହେଲେ ମା’ । ୪୭ ବର୍ଷୀୟ ସୁଜାତା ନାୟକଙ୍କୁ ନେଇ ଚର୍ଚ୍ଚା

1,265

କନକ ବ୍ୟୁରୋ : ପୁଅ ଠାରୁ ଅଧିକ ମାର୍କ ରଖି ପାସ ହେଲେ ମା’ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ମାଟ୍ରିକ ପରୀକ୍ଷାରେ ମା ପୁଅ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ଘଟଣା ଦାରିଙ୍ଗବାଡି ସ୍ଥିତ ଲୋହୋରା ସାହିର । ଲୋହୋରା ସାହିର ୪୭ ବର୍ଷୀୟ ସୁଜାତା ନାୟକ ଏହି ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୧୬ ବର୍ଷର ପୁଅ ଆୟୁଷ ନାୟକ ମଧ୍ୟ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ସୁଜତା ନାୟକ ଦାରିଙ୍ଗବାଡି ଲାଲବାହାଦୁର ବିଦ୍ୟାପୀଠରେ ଅଧ୍ୟୟନ କରୁଥିଲା ବେଳେ ପୁଅ ଆୟୁଷ ନାୟକ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ପରୀକ୍ଷା ଦେଇ ମା ସୁଜାତା ନାୟକ ୬୦୦ ମାର୍କ ରୁ ୩୪୬ ମାର୍କ ରଖି ବି-୨ ପାଇଥିବା ବେଳେ ପୁଅ ଆୟୁଷ ନାୟକ ୬୦୦ ମାର୍କ ରୁ ୨୫୮ ମାର୍କ ରଖି ‘ଡି’ ପାଇଛନ୍ତି । ସୁଜତା ନାୟକ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ । ସ୍ୱାମୀ ବିକ୍ରମ ନାୟକ ଜଣେ ରାଜ ମିସ୍ତ୍ରୀ । ବିବାହର ୩୦ବର୍ଷ ପରେ ସୁଜାତା ଆନନ୍ଦ ୧୦ମ ପରୀକ୍ଷା ଦେବା ପାଇଁ ମନ ବଳାଇ ଥିଲେ ତାଙ୍କୁ ତାଙ୍କ ସ୍ୱାମୀ । ପରୀକ୍ଷା ଦେବା ପାଇଁ ଉଛାହ ଦେଇଥିଲେ ।