ଶ୍ରଦ୍ଧା ହତ୍ୟାକାଣ୍ଡରେ ଫିଟୁଛି ଗୁମର: ସର୍ଚ୍ଚ ଅପରେସନରେ ଜଙ୍ଗଲରୁ ଖପୁରୀ, ଦାନ୍ତ ଜବତ

197

କନକ ବ୍ୟୁରୋ: କେମିତି, କାହିଁକି ଓ କେଉଁଠି ଜହ୍ଲାଦ ଆଫତାବ ନିଜ ଲିଭ-ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ କଲା ବିଭତ୍ସ ହତ୍ୟା ? ଏହା ପଛରେ ପ୍ରକୃତରେ କଣ ରହିଛି କାରଣ? ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ନା ଆଉ କିଛି? ଏହାର କାରଣ ଖୋଜି ଖୋଜି ଏବେ ଉଭୟ ଦିଲ୍ଲୀ ଓ ମୁମ୍ବାଇ ପୁଲିସ ହାତରେ ଏମିତି କିଛି ସୁରାକ ଲାଗିଛି ଯାହାକୁ ହତିଆର କରି କମ ଦିନ ମଧ୍ୟରେ ହୁଏତ ହତ୍ୟାମାମଲା ଉପରୁ ପର୍ଦ୍ଦା ଉଠିପାରେ । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ ମୁମ୍ବାଇ, ହରିଆଣା, ଉତରାଖଣ୍ଡ, ହିମାଚଳରେ ପହଁଚି ଟିକନିକ ଯାଂଚରେ ଲାଗିପଡିଛି । ସୋମବାର ମୁମ୍ବାଇର ସେହି ପଂଚତାରକ ହୋଟେଲରେ ଦିଲ୍ଲୀ ପୁଲିସ ପହଁଚିଛି ଯେଉଁଠି କିଛି ବର୍ଷ ହେବ ଆଫତାବ ସେଫ୍ଭାବେ କିଛି ଦିନ ଧରି କାମ କରିଥିଲା । ଅନ୍ୟପଟେ ସୋମବାର ନାର୍କୋ ଟେଷ୍ଟ କରାଯାଇନି । ଡାକ୍ତର କହିଛନ୍ତି ପ୍ରଥମେ ଆଫତାବର ଡାକ୍ତରୀଯାଂଚ କରାଯିବ ଓ ପରେ ହେବ ନାର୍କୋଟେଷ୍ଟ ।

ମାମଲାରେ ଭିତରେ ଏଟ୍ରିଂ ହୋଇଛି ଗୋବିନ୍ଦ ଯାଦବ । ଯାହାଙ୍କୁ ଯୋଗାଯୋଗ କରି ଆଫତାବ ଦିଲ୍ଲୀରୁ ମୁମ୍ବାଇକୁ ୧୭ଟି ଜିନିଷ ମଗାଇଥିଲା । ଏହି ସବୁ ଜିନିଷ ସେହି ଘରୁ ପ୍ୟାକ୍ କରି ଜୁନ ୫ ତାରିଖରେ ଗୋବିନ୍ଦ ଯାଦବ ମୁମ୍ବାଇ ଆଣିଥିଲେ , ଯେଉଁଠି ଶ୍ରଦ୍ଧା ଓ ଆଫତାବ ମେ ୧୮ତାରିଖରୁ ରହି ଆସୁଥିଲୋ ।

ମାମଲାକୁ ନେଇ ଆଫତାବର ୪ଜଣ ସାଙ୍ଗକୁ ଜେରା କରୁଛି ଦିଲ୍ଲି ପୁଲିସ । ଏବେ ସୁଦ୍ଧା ହତ୍ୟା ପଛର କାରଣ ଅସ୍ପଷ୍ଟ ରହିିଛି । ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାପ ଦାବି କରାଯାଇଛି । ରବିବାର ଛତ୍ରପୁରରେ ଯେଉଁ ଘରେ ଶ୍ରଦ୍ଧା ଆଫତାବ ରହୁଥିଲେ ସେଠାରେ ପୁଲିସ ଅପରାଧୀକୁ ନେଇ ପହଁଚିଛି ଓ ମର୍ଡର ସିନ ରିକ୍ରିଏଟ କରିଛି । ଏଥିସହ ଆପାଟାମେଂଟ ନିକଟରେ ଥିବା ଜଙ୍ଗଲ ସହ ପୋଖରୀରେ ଛାନଭିନ କରୁଛି ପୁଲିସ ।

ଏହି ଜଘନ୍ୟକାଣ୍ଡକୁ ନେଇ ତାତି ଉଠିଛି ଦିଲ୍ଲୀ ଓ ମୁମ୍ବାଇ । ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବା ସହ ଶ୍ରଦ୍ଧାଙ୍କୁ ପାଇଁ ନ୍ୟାୟ ଦାବି ହେଉଛି । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଆଫତାବର କୁଶପୁତଳିକା ଦାହ କରାଯାଇ ଦୋଷୀକୁ ବିଚ୍ ରାସ୍ତାରେ ଫାଶୀ ଦେବାକୁ ଦାବି ହେଉଛି । ଏଥିସହ ସରକାର ଲଭ-ଜିହାଦ ଉପରେ ଆଇନ ଆଣନ୍ତୁ ବେଲି ଦାବି ହେଉଛି ।

ହତ୍ୟା ମାମଲାରେ ଆଫତାବର ନୂଆ କନେକ୍ସନ ସାମ୍ନାକୁ ଆସିଛି । ମାମଲାରେ ଡ୍ରଗ୍ସ କନେକ୍ସନ ଥିବା ସନ୍ଦେହ କରି ଦିଲ୍ଲୀ ପୁଲିସ ହିମାଚଳରେ ପହଁଚିଛି । ସେପଟେ ସର୍ଚ୍ଚ ଅପରେସନରେ ଶ୍ରଦ୍ଧାଙ୍କ ଆଉ କିଛି ହାଡ ଓ ସୁରାକ ପୁଲିସ ହାତରେ ଲାଗିବା ସହ ଆଫତାବ ଏକାଧିକ ମୋବାଇଲ ବ୍ୟବହାର କରୁଥିବା ଜଣାପଡିଛି ।