ବିସିସିଆଇ ସିନିୟର ଚୟନକର୍ତ୍ତା କମିଟି ଘୋଷଣା: କମିଟିରେ ସ୍ଥାନ ପାଇଲେ ଓଡିଆ ପୁଅ ଶିବସୁନ୍ଦର ଦାସ

2,449

କନକ ବ୍ୟୁରୋ: ବିସିସିଆଇ ଘୋଷଣା କଲେ ସିନିୟର ଚୟନକର୍ତ୍ତା କମିଟି । ଏହି ୫ ଜଣିଆ କମିଟିରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ତଥା ପୂର୍ବତନ ଭାରତୀୟ ଖେଳାଳି ଶିବସୁନ୍ଦର ଦାସ । ତେବେ ବିସିସିଆଇ ପୁଣି ଚୟନକର୍ତ୍ତା କମିଟିର ମଙ୍ଗ ଚେତନ ଶର୍ମାଙ୍କ ହାତରେ ଦେଇଛନ୍ତି । ଚେତନ ଶର୍ମାଙ୍କୁ ପୁଣି ଚୟନକର୍ତ୍ତା କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତି କରାଯାଇଛି । ଚେତନ ଶର୍ମା ଓ ଶିବ ସୁନ୍ଦର ଦାସଙ୍କ ବ୍ୟତୀତ ସୁବ୍ରୋତ ବାନାର୍ଜୀ, ସଲିଲ ଅଙ୍କୋଲା, ସିଧରନ ସାରଥ ଏହି କିମିଟିରେ ରହିଛନ୍ତି ।