ଫେଲ୍ ମାରିଛି ସର୍ବଶିକ୍ଷା ଅଭିଯାନ: ଗୋଟିଏ ଶ୍ରେଣୀ ଗୃହରେ ପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ ପିଲା

48

କନକ ବ୍ୟୁରୋ: ସର୍ବଶିକ୍ଷା ଯୋଜନାରେ ସ୍କୁଲ ହେବ । ଆଉ ସ୍କୁଲରେ ପାଠ ପଢିବେ ପିଲାମାନେ । ହେଲେ ଏଠି ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଡେରାବିଶ ବରାହିଲୋ-ତରଜଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୫୦ରୁ ଅଧିକ ପିଲା ପାଠ ପଢୁଛନ୍ତି । ହେଲେ ନାହିଁ ବିଦ୍ୟାଳୟ । ଗୋଟିଏ ଶ୍ରେଣୀର ପଢୁଛନ୍ତି ପିଲାମାନେ । ସେପଟେ ପିଲା ପଢିବାକୁ ଆଉ ଗୋଟିଏ ସ୍କୁଲ ତିଆରି ଚାଲିଛି । ହେଲେ ନିମ୍ନମାନର କାମ ଯୋଗୁ ତାହା କେତେବେଳ ଭୁଷୁଡି ପଡ଼ିବ କହିହେବନି । ଏନେଇ ସମସ୍ତେ ଏକାଠି ହୋଇ ଘର ଘର ବୁଲି ସାହାଯ୍ୟ ମାଗିଚାଲିଛନ୍ତି । ସେହି ସାହାଯ୍ୟ ଅର୍ଥରେ ତିାରି କରାଯିବ ବିଦ୍ୟାଳୟ ଆଉ ସେଠାରେ ପିଲାମାନେ ପଢିବେ ପାଠ ।