କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ ସବରକର ବିରୋଧୀ ବୟାନ ନଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ବୁଝାଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଆଉ ପାୱାର ବୁଝାଇବା ପରେ ରାହୁଲ ଗାନ୍ଧୀଙ୍କ ଚେତା ପଶିଛି । ଆଗକୁ ସାବରକର ବିରୋଧୀ ବୟାନ ଦେବେ ନାହିଁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସଂସଦର ସଦସ୍ୟତା ରଦ୍ଦ ପରେ ପ୍ରେସମିଟରେ ସବରକରଙ୍କୁ ନେଇ ରାହୁଲ ଗାନ୍ଧୀ ବିବାଦୀୟ ବୟାନ ଦେଇଥିଲେ । ଯାହା ବିରୋଧୀ ଏକତାରେ ଫାଟ ସୃଷ୍ଟି କରିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଉଦ୍ଧବ ଗୋଷ୍ଠୀଙ୍କ ଶିବସେନାର ସାଂସଦ ସଂଜୟ ରାଉତ କହିଥିଲେ, ଏଭଳି ବୟାନ ରାହୁଲ ସପକ୍ଷରେ ସାରା ଦେଶରେ ସୃଷ୍ଟି ହୋଇଥିବା ସହାନୁଭୂତିକୁ କମାଇ ଦେବ । ଅନ୍ୟପଟେ ଗତକାଲି ସଂସଦ ପରିସରରେ ବିଜେପି ସହ ଉଦ୍ଧବ ବାଲା ସାହେବ ଠାକରେ ଶିବସେନା ବା ୟୁବିଟି ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ଏ ପ୍ରସଙ୍ଗରେ କଂଗ୍ରେସ ଡାକିଥିବା ବିରୋଧୀ ଦଳ ବୈଠକକୁ ମଧ୍ୟ ଆସିନଥିଲା ୟୁବିଟି । ସେପଟେ ଉଦ୍ଧବ ଠାକରେ ଚେତାବନୀ ଦେଇ କହିଥିଲେ, ରାହୁଲ ସାବରକର ବିରୋଧୀ ବୟାନ ଦେବା ବନ୍ଦ ନକଲେ ମହାରାଷ୍ଟ୍ରର ମହା ବିକାଶ ଅଘାଡି ମେଣ୍ଟରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପରେ ଏନସିପି ମୁଖ୍ୟ ଶରଦ ପାୱାର ମେଣ୍ଟରେ ଦେଖା ଦେଇଥିବା ଫାଟକୁ ଦୂରେଇବା ପାଇଁ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଛନ୍ତି । ଆଉ ପାୱାର ବୁଝାଇବା ପରେ ରାହୁଲ ସାବରକର ବିରୋଧୀ ବୟାନ ଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।