ଇତିହାସ ରଚିଲେ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ସାଲିଜା ଧାମୀ, ଫ୍ରଣ୍ଟ ଲାଇନ କମ୍ବାଟ ୟୁନିଟରେ ନେତୃତ୍ୱ ନେଲେ ସାଲିଜା

106

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ସାଲିଜା ଧାମୀ । ଏବେ ଏହି ସାହସୀ ମହିଳା ବାୟୁସେନା ଅଧିକାରୀ ଇତିହାସ ରଚିଛନ୍ତି । ପ୍ରଥମ ମହିଳା ବାୟୁସେନା ଅଫିସରଭାବେ ଫ୍ରଣ୍ଟ ଲାଇନ ଫୋର୍ସର କମ୍ବାଟ ୟୁନିଟରେ ନେତୃତ୍ୱ ଏବେ ସମ୍ଭାଳିବେ ସାଲିଜା । ଯିଏକି ପ୍ରଥମ ମହିଳା ବାୟୁସେନା ଅଧିକାରୀ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି ।

ପଶ୍ଚିମ କ୍ଷେତ୍ରରେ ଥିବା ପାକିସ୍ତାନ ମୁକାବିଲା ପାଇଁ ଗଠିତ ଏହି ଫୋର୍ସର ନେତୃତ୍ୱ ନେବେ ସାଲିଜା । ୨୦୦୩ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ ସାଲିଜା । ଗ୍ରୁପ କ୍ୟାପଟେନଙ୍କ ନିକଟରେ ବାୟୁସେନାର ବେଶ ଅଭିଜ୍ଞତା ରହିଛି । ୨୮ଶହ ଘଂଟା ଫାଇଟର ଜେଟ ଉଡାଣ ଭରି ରେକର୍ଡ କରିଛନ୍ତି ସାଲିଜା । ତେବେ ଏହି ଗୌରବ ଅର୍ଜନ କରିବା ପରେ ସାଲିଜାଙ୍କୁ ଶୁଭେଚ୍ଛା ଜଣାଇ ଟୁଇଟ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।