ଚିନ୍ତା ବଢ଼ାଇଲା ଲ୍ୟାନସେଟ ପ୍ଲାନେଟୋରୀ ହେଲଥ ରିପୋର୍ଟ । ଶୁଦ୍ଧ ବାୟୁରେ ବଂଚୁଛନ୍ତି ଦୁନିଆରେ କେବଳ ଏକ ପ୍ରତିଶତରୁ କମ ଲୋକ

66

କନକ ବ୍ୟୁରୋ : ଆଗକୁ ଆହୁରି ଅଧିକ ଦୁର୍ବିସହ ହେବ ଜୀବନ । ବାୟୁ ପ୍ରଦୁଷଣକୁ ନେଇ ଆସିଛି ଚିନ୍ତାଜନକ ଖବର । ବିଶେଷ କରି ଏସୀୟ ଦେଶରେ ବଢୁଛି ପ୍ରଦୁଷଣ ସମସ୍ୟା । ସବୁଠୁ ବଡ କଥା ହେଉଛି ଦୁନିଆର ଏକ ପ୍ରତିଶତରୁ କମ ଲୋକ ଶୁଦ୍ଧ ବାୟୁ ଭିତରେ ଜୀବନ ଜିଉଁଛନ୍ତି । ଏହି ତଥ୍ୟ ମିଳିଛି ଲ୍ୟାନସେଟ ପ୍ଲାନେଟୋରୀ ହେଲଥ ରିସର୍ଚ୍ଚରେ । ରିପୋର୍ଟ ଅନୁସାରେ ଗ୍ଲୋବାଲ ଲେବୁଲରେ ୯୯.୮୨ ପ୍ରତିଶତ ଅଂଚଳ ପାର୍ଟିକୁଲେଟ ମିଟର ୨.୫ ବା ପିଏମ ୨.୫ର ବିପଦଜନକ ସ୍ତରରେ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ ହିସାବ ଅନୁସାରେ ଏହା ବେଶ ବିପଦଜନକ ସ୍ତର ଅଟେ । ଏଥିସହ ରିପୋର୍ଟରେ ଏକଥା କୁହାଯାଇଛି ଦକ୍ଷିଣ ଓ ପୂର୍ବ ଏସିଆରେ ଏୟାର କ୍ୱାଲିଟି ଦିନକୁ ଦିନ ଖରାପ ସ୍ତରକୁ ଯାଉଛି । ଯାହା ବେଶ ଚିନ୍ତାଜନକ । ସେଥିପାଇଁ ଦୁନିଆରେ ହୃଦରୋଗ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଉଛି ।