ପିଓକେବାସୀଙ୍କ ଉପରେ ବଢୁଛି ପାକ ସରକାରଙ୍କ ନିର୍ଯାତନା । ଏଣିକି ଶିକ୍ଷାନୁଷ୍ଠାନ ଗଲେ ଛାତ୍ରୀ ଓ ଶିକ୍ଷୟତ୍ରୀଙ୍କ ପାଇଁ ହିଜାବ ହେଲା ବାଧ୍ୟତା ମୂଳକ

150

କନକ ବ୍ୟୁରୋ : ପାକ୍ ଅଧିକୃତ କଶ୍ମୀରରେ ନୂଆ ନିୟମ ଲାଗୁ । ଏଠାରେ ରହୁଥିବା ଝିଅ ଓ ମହିଳା ହିଜାବ ପିନ୍ଧି ଶିକ୍ଷାନୁଷ୍ଠାନକୁ ଯିବା ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ଆଉ କେହି ନୁହେଁ ସେଠାକାର ସରକାର ଜାରି କରିଛନ୍ତି । ସ୍କୁଲ କଲେଜ ଯାଉଥିବା ଛାତ୍ରୀ ଓ ଶିକ୍ଷୟତ୍ରୀ ଏବଂ ଅଧ୍ୟାପିକାଙ୍କ ପାଇଁ ହିଜାବ ବାଧ୍ୟତାମୂଳକ କରାଯାଇଛି । ଘଟଣାକୁ ନେଇ ସବୁଠି ଏବେ ସମାଲୋଚନା କରାଯାଉଛି । ପିଓକେରେ ଆଫଗାନିସ୍ଥାନ ତାଲିବାନ ସରକାରଙ୍କ ନିର୍ଯାତନା ସହ ତୁଳନା କରାଯାଇଛି । ସବୁଠୁ ବଡ କଥା ହେଉଛି ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି । ସ୍କୁଲ ଓ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସରକାର । ପାକିସ୍ତାନ ଶିକ୍ଷାମନ୍ତ୍ରୀ କହିଛନ୍ତି ଏହା ଇସଲାମିକ ଧର୍ମର ନୈତିକ ମୂଲ୍ୟ । ଏହା ପେଗାମ୍ବରଙ୍କ ଆଦେଶ ଅଟେ ।