ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ନୂଆ ମୋଡ, ସାମ୍ନାକୁ ଆସିଲା ଶାହାରୁଖ ଖାନ ଓ ଅଭିଯୁୁୁକ୍ତ ସମୀର ୱାନଖେଡେଙ୍କ ହ୍ୱାଟସଆପ୍ ଚାଟ୍

2,081

କନକ ବ୍ୟୁରୋ : ପୁଅ ଆରିୟନ ପାଇଁ ଭାବବିହ୍ୱଳ ହୋଇ ଏନସିବିର ପୂର୍ବ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କୁ ଶାହାରୁଖ କରିଥିବା ହ୍ୱାଟସପ ଚାଟ ଭାଇରାଲ ହେଉଛି । ଯେବେ ଶାହାରୁଖଙ୍କ ପୁଅ ଆରିୟନ ଖାନ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ । ସେତେବେଳର ୱାଂଖଡେଙ୍କ ନିକଟରେ ଏମିତି କିଛି କାକୁତିମିନତି ହୋଇଥିଲା ବଲିଉଡର ସୁପରଷ୍ଟାର । ତେବେ ଲମ୍ବା ଲମ୍ବା ଚାର୍ଟରରେ ଏମିତି କିଛି କଥା ରହିଛି ଯାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ତେବେ ୱାଙ୍ଖଡ଼େ ମଧ୍ୟ ଶାହାରୁଖଙ୍କ ଚାଟର ଉତର ରଖିଛନ୍ତି । ସେ କହିଛନ୍ତି ‘ ମୁଁ ଜଣେ ଜୋନାଲ ଡ଼ାଇରେକ୍ଟର ବଦଳରେ ଜଣେ ସାଙ୍ଗ ଭଳି କଥା ହୋଇଥାନ୍ତି ଓ ଆପଣଙ୍କ ପରିସ୍ଥିତିକୁ ବୁଝିପାରିଥାନ୍ତି । କିଛି ଲୋକ ପୁରା ମାହୋଲକୁ ଖରାପ କରିବାକୁ ଚାହୁଁଛନ୍ତି ଏବଂ ମୁଁ ପିଲାକୁ ସୁଧାରିବାକୁ ଚେଷ୍ଟା କରିବାକୁ ଚାହୁଁଛି । ଏପରି ଅନେକ ଜରୁରୀ କଥା ଦୁହିଁଙ୍କ ମଧ୍ୟରେ ହୋଇଥିଲା । ତେବେ ନିକଟରେ ସମୀର ୱାଙ୍ଖଡେ ଆରିୟନ ଖାନଙ୍କ ମାମଲାରେ ଶାହାରୁଖ ଖାନଙ୍କ ଠାରୁ ୨୫ କୋଟି ଲାଂଚ ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ କରୁଛି ସିବିଆଇ । ଏବେ ନିଜ ବିରୋଧରେ ହୋଇଥିବା ଏତଲାକୁ ରଦ୍ଦ କରିବାକୁ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସମୀର ୱାଙ୍ଖଡ଼େ । ସମୀର ଯାଚିକାରେ ଶାହାରୁଖଙ୍କ ସହ ହୋଇଥିବା ହ୍ୱାଟସପ ଚାଟକୁ ମଧ୍ୟ ଦେଇଛନ୍ତି ।

କ୍ରୁଜ ଡ୍ରଗ୍ସ ମାମଲାରେ ୨୦୨୧ ମସିହା ଅକ୍ଟୋବର ୩ରେ ଗିରଫ ହୋଇଥିଲେ ଆରୟନ ଖାନ୍ । ପରେ ପ୍ରମାଣ ଅଭାବରୁ ମୁକୁଳିଥିଲେ । ଏନସିବି ମଧ୍ୟ ତାଙ୍କୁ କ୍ଲିନଚିଟ୍ ଦେଇସାରିଛି ।