ବିଜେଡି ବନାମ ବିଜେପି, ଲେଖାଶ୍ରୀ ବନାମ ପ୍ରମିଳା । ବିଜେଡି ମୁକ୍ତ ଓଡିଶା ଏବଂ ବିଜେପି ମୁକ୍ତ ଭାରତ ପ୍ରସଙ୍ଗରେ ମୁହାଁମୁହିଁ ହେଲେ ଦୁଇ ନେତ୍ରୀ ।

223

କନକ ବ୍ୟୁରୋ: ଭୁବନେଶ୍ୱରରେ ଚାଲିଛି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ । ୨୦୨୪ ପାଇଁ କାର୍ଯ୍ୟକାରିଣୀରେ ଦଳ ଋଣନୀତି ପ୍ରସ୍ତୁତ କରୁଛି । ଆଉ ଏତିକିବେଳେ ଆରମ୍ଭ ହୋଇଛି ବିଜେଡି ଆଉ ବିଜେପି ନେତାଙ୍କ ବୟାନବାଜି । ବିଜେଡି ମୁକ୍ତ ଓଡିଶା ଗଠନ ପାଇଁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ପ୍ରେସମିଟ୍ କରି କହିବା ପରେ ବିଜେପି ମୁକ୍ତ ଭାରତ କଥା କହିଛନ୍ତି ଶାସକ ଦଳର ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଯାହା ଆଜି ଚର୍ଚ୍ଚା ବିଷୟ ହୋଇଛି ।

  • ବିଜେଡି ବନାମ ବିଜେପି
  • ଲେଖାଶ୍ରୀ ବନାମ ପ୍ରମିଳା

ଓଡି଼ଶାକୁ ବିଜେଡି ମୁକ୍ତ କରିବା ପାଇଁ ବିଜେପି ଆହ୍ୱାନ ଦେବା ପରେ ପାଲଟା ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଳିକ । ରାଜ୍ୟ କାର୍ଯ୍ୟକାରିଣୀ ଅବସରରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରି ବିଜେଡି ଓ ରାଜ୍ୟ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ କାଟ, ନାରୀ ନିର୍ଯାତନା, ଆଇନଶୃଂଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏଥିସହ ଓଡି଼ଶାକୁ ବିଜେଡି ମୁକ୍ତ କରିବାକୁ ବିଜେପିର ଲକ୍ଷ୍ୟ ବୋଲି କହିଛନ୍ତି ଲେଖାଶ୍ରୀ ।

ଲେଖାଶ୍ରୀଙ୍କ ଆହ୍ୱାନ ପରେ ପାଲଟା ଆକ୍ରମଣ କରିଛନ୍ତି ବିଜେପି ଉପସଭାପତି ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପ୍ରମିଳା କହିଛନ୍ତି, ଦରଦାମ ବୃଦ୍ଧିକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି । ତେଣୁ ସମଗ୍ର ଭାରତର ଲୋକେ ଚିନ୍ତା କଲେଣି କେମିତି ବିଜେପି ମୁକ୍ତ ଭାରତ ଗଠନ କରିବେ । କର୍ଣ୍ଣାଟକ ପ୍ରଭାବ ଦେଶର ଅନ୍ୟ ରାଜ୍ୟ ଉପରେ ବି ପଡିପାରେ । ଏଥିସହ ଓଡିଶାର ଆଇନଶୃଂଖଳା ପ୍ରସଙ୍ଗରେ କହିଛନ୍ତି, ଗୁଜୁରାଟ, ୟୁପି ଆଉ ଦିଲ୍ଳୀ କଥା ଦେଖୁ ବିଜେପି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ବିଜେପି କଂଗ୍ରେସ ମୁକ୍ତ ଭାରତର ନାରା ଦେଉଛି । ଦେଶରୁ ସମ୍ପୂର୍ଣର୍ ଭାବରେ କଂଗ୍ରେସରୁ ମୂଳପୋଛ କରିବା ପାଇଁ ରଣନୀତି କରୁଛି । କିନ୍ତୁ ଓଡିଶାକୁ ବିଜେଡି ମୁକ୍ତ କରିବା ପାଇଁ ବିଜେପିର ନୂଆ ଆହ୍ୱାନ ଚର୍ଚ୍ଚାର ବିଷୟ ହୋଇଛି ।