ବଲିଉଡରେ କରୋନାର କାୟା ବିସ୍ତାର, ଶାହାରୁଖ ଖାନ ଓ କାଟ୍ରିନା କୈଫ କରୋନା ସଂକ୍ରମିତ

136

କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହି କ୍ରମରେ ଏବେ ବଲିଉଡର କଳାକାରମାନେ ବି କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଆଦିତ୍ୟ ରାୟ କପୁରଙ୍କ ପରେ ଏବେ ବଲିଉଡର କିଙ୍ଗ କୁହାଯାଉଥିବା ଶାହାରୁଖ ଖାନ ଓ ଅଭିନେତ୍ରୀ କାଟ୍ରିନା କୈଫ କରୋନ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଗତ ସପ୍ତାହରେ କାଟ୍ରିନା କୈଫ କରୋନାରେ ସଂକ୍ରମିତ ହୋଇଥିଲେ ଓ ଏବେ ସେ ସୁସ୍ଥ ହୋଇଛନ୍ତି । ଏହି କାରଣରୁ କାଟ୍ରିନା ଅଇଫା ପ୍ରୋଗ୍ରାମରେ ସାମିଲ ହୋଇପାରି ନଥିବା କଥା କୁହାଯାଉଛି । ହେଲେ ତାଙ୍କ ସ୍ୱାମୀ ଭିକ୍କି କୌଶଲ ଆଇଫାରୁ ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ ହୋଇଛନ୍ତି ।

କିଛିଦିନ ପୂର୍ବରୁ ଅକ୍ଷୟ କୁମାର, କାର୍ତ୍ତିକ ଆରୟନ ଓ ଆଦିତ୍ୟ ରାୟ କପୁର ବି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏବେ ଶାହାରୁଖ ଖାନ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏସବୁ କଳାକାରମାନେ କରୋନା ସଂକ୍ରମିତ ହେବା ପଛରେ କରନ ଜୋହରଙ୍କ ଜନ୍ମଦିନ ପାର୍ଟି କଥା କୁହାଯାଉଛି । ଦାବି କରାଯାଉଛି କି ଏହି ଜନ୍ମଦିନ ପାର୍ଟିରେ ଯୋଗଦେଇଥିବା ଅଧିକାଂଶ କଳାକାର ଏବେ କରୋନା ସଂକ୍ରମିତ ହୋଇଛନ୍ତି ।