ଗୁଲମର୍ଗରେ ଭୟଙ୍କର ହିମସ୍ଖଳନ: ବରଫଖଣ୍ଡ ତଳେ ଫଶିଲେ ବିଦେଶୀ ପର୍ଯ୍ୟଟକ 

137

କନକ ବ୍ୟୁରୋ: କାଳ ସାଜିିଛି  ହିମସ୍ଖଳନ । ଜମ୍ମୁକାଶ୍ମୀର  ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ  ହୋଇଛି ।  ଗୁରୁବାର ଗୁଲମର୍ଗର ବରଫପାତ ମଜା ନେବାକୁ ୬ଜଣ ବିଦେଶ ପର୍ଯ୍ୟଟକ ଆସିଥିଲୋ । ଏକ ନିଦ୍ଧିଷ୍ଟ ସ୍ଥାନକକୁ ବିପଦପୂର୍ଣ୍ଣ ଦର୍ଶାଇ ଏଠାକୁ ଯିବାକୁ ବାରଣ କରାଯିବା ସତ୍ୱେ ପର୍ଯ୍ୟଟକ ସେଠାକୁ ଯାଇ ଫସିଯାଇଥିଲେ । ହଠାତ ହିମସ୍ଖଳନ ହେବା ଯୋଗୁଁ ବରଫ ଚଟାଣ ତଳେ ସମସ୍ତ ପର୍ଯଟକ ଫସିଯାଇଥିଲେ । ତେବେ ସ୍ଥାନୀୟ ପ୍ରଶାସନ ୪ଜଣଙ୍କୁ ରକ୍ଷା କରିବାରେ ସଫଳ ହୋଇଥିଲେ ବି ଜଣଙ୍କୁ ଜୀବନ ଯାଇଛି । ଅନ୍ୟପଟେ ଜଣେ ପର୍ଯ୍ୟଟକ ନିଖୋଜ ଥିବା ଜଣାପଡିଛି । ହିମସ୍ଖଳନ ଗୁଲମର୍ଗ କାଙ୍ଗଡୋରୀରେ ଘଟିଛି ।