କାଳିଆ ଯୋଜନାରେ ଆଉ ୩ ବର୍ଷ ପାଇଁ ହେଲା ଅର୍ଥରାଶି ବ୍ୟବସ୍ଥା: ୨୦୨୪-୨୫ରୁ ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ

1,517

କନକ ବ୍ୟୁରୋ: କାଳିଆ ଯୋଜନାର ଆଉ ୩ ବର୍ଷ ପାଇଁ ଅର୍ଥରାଶି ବ୍ୟବସ୍ଥା ରାଜ୍ୟ ସରକାର । ଏ ସମ୍ପର୍କିତ ନିଷ୍ପତିକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ୨୦୨୪-୨୫ରୁ ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛି କ୍ୟାବିନେଟ୍ । ଏହାଦ୍ୱାରା ରାଜ୍ୟର ସମସ୍ତ କାଳିଆ ହିତାଧିକାରୀ କୃଷକ ପରିବାର ଉପକୃତ ହେବେ । ସେହିଭଳି କାଳିଆ ସହାୟତା ଦିଆଯିବା କଟକଣା ବି କୋହଳ କରାଯାଇଛି । ଏବେ ଏହାକୁ ଯେକøଣସି ସମୟରେ ଦିଆଯାଇପାରିବ । ପୂର୍ବରୁ ଖରିଫ ଋତୁ ପାଇଁ ୧ ଏପ୍ରିଲ ଓ ରବି ଋତୁ ପାଇଁ ୧ ସେପେଟମ୍ବର ଓ ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା କାଳିଆ ସହାୟତା ପ୍ରଦାନ କରାଯାଉଥିଲା । ବର୍ତମାନ ରାଜ୍ୟର ସମସ୍ତ ଯୋଗ୍ୟ ଭୂମିହୀନ କୃଷକ ପରିବାର ଯେଉଁମାନଙ୍କୁ କାଳିଆ ଯୋଜନାରେ ସମସ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ସେମାନଙ୍କୁ ୨ ହଜାର ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ସେହିଭଳି ୨୦୧୪ ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢାଇବା ନେଇ ନିଷ୍ପତ୍ତି ହୋଇଛନ୍ତି । ଏହାଦ୍ୱାରା ମୋଟ ୧୭୮୯ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ୭ମ ବେତନ କମିଶନ ହାରରେ ଦରମା ବଢିବ । ବର୍ଧିତ ଦରମା ପାଇଁ ୨୭ ଦଶମିକ ୩୭ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପଂଚାୟତରେ ନିୟମିତ ୮ ବର୍ଷ କାର୍ଯ୍ୟରତ ଥିବା ପିଇଓ ଓ ଭିଏଲଡବ୍ଲୁଙ୍କ ପଦୋନ୍ନିତ ହେବ ।