ଗାଡି ଚଳାଉଥିବାବେଳେ ହୃଦଘାତର ଶିକାର ହେଲେ ଡ୍ରାଇଭର: ଶୋଭାଯାତ୍ରା ଉପରେ ମାଡ଼ିଗଲା ବୋଲେରୋ

290

କନକ ବ୍ୟୁରୋ: ରାଜସ୍ଥାନରୁ ଆସିଛି ଅଭାବନୀୟ ଘଟଣା । ଗାଡି ଚଳାଉଥିବା ସମୟରେ ହୃଦଘାତର ଶିକାର ହେଲେ ଡ୍ରାଇଭର ଓ ଶୋଭାଯାତ୍ରାରେ ମାଡିଗଲା ବୋଲେରୋ । । ଘଟଣା ରାଜସ୍ଥାନ ନାଗୌର ସ୍ଥିତ ଡେଗାନର । ଏଠାରେ ବିଶ୍ୱକର୍ମା ଜୟନ୍ତୀ ଚାଲିଥିବାବେଳେ ପଛ ପଟୁ ବଲେରୋ ଗାଡି ଆସୁଥିଲା । ତେବେ ହଠାତ ଦେଖୁ ଦେଖୁ ଶୋଭାଯାତ୍ରାରେ ସାମିଲ ଲୋକଙ୍କ ଉପରେ ନିୟନ୍ତ୍ରଣ ହରାଇ ଦ୍ରୁତ ଗତିରେ ଗାଡି ମାଡିଯାଇଥିଲା । କେହି କିଛି ବୁଝିବା ଆଗରୁ ୧୨ରୁ ଅଧିକ ଲୋକଙ୍କ ଉପର ଗାଡି ମାଡିଯିବା ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଡ୍ରାଇଭରଙ୍କ ହୃଦଘାତ ହେବା ଯୋଗୁଁ ଏତେ ବଡ ଘଟଣା ଘଟିଯାଇଛି ।