ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ନେଇ ଦାମ ରାଉତଙ୍କ ପ୍ରତିକ୍ରିୟା: କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିବ କିଏ?

416

କନକ ବ୍ୟୁରୋ: ମନ୍ତ୍ରୀମଣ୍ଡଳ ନବକଳେବର ନେଇ ବରିଷ୍ଠ ନେତା ଦାମ ରାଉତଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ରଖି କହିଲେ, ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଚାରକ । ରିପୋର୍ଟ କାର୍ଡ ଆଧାରରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରାଯାଏ । ସରକାର କିମ୍ବା ପାର୍ଟିର କିଛି ଲାଭ ହେବନି । ମୋ ସରକାର ପାଇଁ ଶୁଭଙ୍କର ହେଉନଥିବା ଲୋକଙ୍କୁ ବାଦ ଦେବେ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା କ୍ଷମତା କୌଣସି ବିଧାୟକଙ୍କର ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଅଛି । ବିଜୁ ବାବୁଙ୍କ ଭଳି ନବୀନଙ୍କ ଉପରେ ସମସଙ୍କ ଆସ୍ଥା ଅଛି । ବିଜୁ ବାବୁଙ୍କୁ ମୁହଁ ଖୋଲି କହିହେଉଥିଲା, ନବୀନଙ୍କୁ କହି ହେଉନି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ହେବ ବଡ ପରିବର୍ତ୍ତନ । ସେଥିପାଇଁ ଆଜି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ୨୦୧୯ ନିର୍ବାଚନରେ ବିଜେଡି ସରକାରକୁ ଆସିବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ ସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନବୀନ । ତେବେ ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିନଥିଲେ ନବୀନ । ପୂର୍ବରୁ ବାରମ୍ବାର ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲା । ତେବେ କୌଣସି କାରଣରୁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ବିଳମ୍ବିତ ହୋଇଥିଲା । କିନ୍ତୁ ଏବେ ମିଳିଥିବା ସୂଚନା ଅନୁଯାୟୀ ଦଳର କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ।