ନବୀନଙ୍କ ନୂଆ ଟିମରେ ରୀତା ସାହୁଙ୍କୁ ମିଳିବ କି ସ୍ଥାନ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ରୀତା ସାହୁ ପହଞ୍ଚିବା ପରେ ଚର୍ଚ୍ଚା

254

କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମରେ ରୀତା ସାହୁଙ୍କୁ ମିଳିପାରେ ସ୍ଥାନ । ବିଜେପୁର ବିଧାୟିକା ରିତା ସାହୁଙ୍କ ନାଁକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି ରୀତା ସାହୁ । ସେ ପହଞ୍ଚିବା ପରେ ମନ୍ତ୍ରୀ ମଣ୍ଡଳରେ ତାଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏନେଇ ସେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ହେବ ବଡ ପରିବର୍ତ୍ତନ । ସେଥିପାଇଁ ଆଜି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ୨୦୧୯ ନିର୍ବାଚନରେ ବିଜେଡି ସରକାରକୁ ଆସିବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ ସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନବୀନ । ତେବେ ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିନଥିଲେ ନବୀନ । ପୂର୍ବରୁ ବାରମ୍ବାର ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲା । ତେବେ କୌଣସି କାରଣରୁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ବିଳମ୍ବିତ ହୋଇଥିଲା । କିନ୍ତୁ ଏବେ ମିଳିଥିବା ସୂଚନା ଅନୁଯାୟୀ ଦଳର କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ।