ରିୟଲଟି ଶୋରେ ସୀମା ହାଇଦର ! ମିଳିଲା ବିଗ୍ ବସର ଅଫର, କପିଲ ଶର୍ମା ବି ଦେଲେ ଅଫର

295

କନକ ବ୍ୟୁରୋ : ସଲମାନ ଖାନଙ୍କ ବିବାଦୀୟ ରିୟଲିଟି ଶୋ ବିଗବସରେ ଖୁବଶୀଘ୍ର ନଜର ଆସିପାରନ୍ତି ପାକିସ୍ତାନର ମହିଳା ସୀମା ହାଇଦର । ପ୍ରତିବର୍ଷ ଶୋ ପାଇଁ ନିର୍ମାତା ବଛା ବଛା ପ୍ରତିଯୋଗୀଙ୍କୁ ଅଫର ଦିଅନ୍ତି, ଯିଏ ପୂର୍ବରୁ ବିବାଦ ଘେରରେ ରହିଥାନ୍ତି । ତେଣୁ ଶୁଣିବାକୁ ମିଳିଛି ଏଥର ସିଜିନ୍ ୧୭ ପାଈଁ ମଧ୍ୟ ବିଗବସ୍ ମେକର୍ସ ସେଭଳି କିଛି ପ୍ରତିଯୋଗୀଙ୍କ ସନ୍ଧାନ କରୁଛନ୍ତି । ଏହାରି ଭିତରେ ସୀମା ହାଇଦରଙ୍କ ନାଁ ଶୁଣିବାକୁ ମିଳିଛି । ସୀମା ବିଗବସ୍ ସିଜିନ୍ ୧୭ରେ ଏଂଟ୍ରି କରିବା ନେଇ ଚର୍ଚ୍ଚା ଜୋର ଧରିଛି ।

କିଏ ସୀମାଙ୍କୁ ନେଇ ଫିଲ୍ମ କରିବାକୁ ଯୋଜନା କରୁଛି, ତ ଆଉ କିଏ ସୀମାଙ୍କୁ ନିର୍ବାଚନରେ ଲଢିବାକୁ ଦେଉଛି ଅଫର । ବର୍ତମାନ ରିୟଲିଟି ଶୋ ପାଇଁ ବି ସୀମାଙ୍କୁ ଅଫର ମିଳିଛି । ନିଜେ ସୀମା ହାଇଦର ଏକ ଭିଡିଓ ଜାରି କରି ଅଫର ମିଳିଥିବା ନେଇ ଦାବି କରିଛନ୍ତି ।

କେବଳ ବିଗ ବସ ନୁହେଁ ଲୋକପ୍ରିୟ କମେଡି ରିୟଲଟି ଶୋ ଦ କପିଲ ଶର୍ମା ଶୋ ପାଇଁ ମଧ୍ୟ ସୀମାଙ୍କୁ ଅଫର ମିଳିଥିବା ଚର୍ଚ୍ଚା ହେଉଛି । ପାକିସ୍ତାନରୁ ଭାରତ ଆସିଥିବା ସୀମାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ପବଜୀ ଖେଳରୁ ପ୍ରେମ ହେବା ପରେ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତ ଆସିଛନ୍ତି ସୀମା । କେବଳ ସେତିକି ନୁହେଁ ନିଜ ଧର୍ମ ମୁସଲମାନରୁ ହିନ୍ଦୁକୁ ପରିବର୍ତନ କରିଛନ୍ତି ।ଏଥିସହ ବିଭିନ୍ନ କାରଣରୁ ନେଇ ସୀମା ଖବରରେ ରହୁଛନ୍ତି   । ନିକଟରେ ସୀମାଙ୍କୁ ଏକ ରାଜନୈତିକ ଦଳରୁ ନିର୍ବାଚନ ଲଢିବାକୁ ବି ଅଫର ମିଳିଛି । କେବଳ ସେତିିକି ନୁହେଁ ତାଙ୍କୁ ସିନେମାରେ ଅଭିନୟ କରିବାକୁ ବି ଅଫର ମିଳିଛି । ଏହାରି ଭିତରେ ସୀମା ବିଗବସ୍ରେ ଏଂଟ୍ରି କରିବାର ଚର୍ଚ୍ଚା ଜୋରଧରିଛି । ତେବେ ଆଗକୁ ସେ ବିଗବସରେ ଯାଉଛନ୍ତି କି ନାହିଁ, ତାହା ଦେଖିବା ବାକି ରହିଲା ।