ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ଦିଲ୍ଲୀ । ଜଳ, ସ୍ଥଳ, ଆକାଶପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା

408

କନକ ବ୍ୟୁରୋ : ଜି-୨୦ ଶିଖର ସମ୍ମିଳନୀ ପାଇଁ ରାଜଧାନୀରେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ଜଳ, ସ୍ଥଳ ଓ ଆକାଶ । ସବୁଠି ରହିଛି ସୁରକ୍ଷାକର୍ମୀଙ୍କ କଡ଼ା ନଜର । ବିଦେଶରୁ ଆସିବେ ରାଷ୍ଟ୍ରନେତା । ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ରେଳଷ୍ଟେସନ, ବିମାନବନ୍ଦରଓ ବସଷ୍ଟପ୍ ସହ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ପ୍ରବେଶ ପଥରେ କଡାକଡି ଯାଂଚ କରାଯାଉଛି । ଏନଏସଜି, ସିଆରପିଏଫ, ପାରାମିଲିଟାରୀ ଫୋର୍ସ ସହ ।ଭରତୀୟ ସେନା ଏବଂ ଦିଲ୍ଲୀ ପୁଲିସ କାନ୍ଧରେ ରହିଛି ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା

ସାମିଲ ହେବେ ବିଶ୍ୱ ନେତା
– ଜି-୨୦ ସମ୍ମିଳନୀରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କ୍ୱାଙ୍ଗ ଚୀନ୍କୁ ପ୍ରତିନିଧିତ୍ୱ କରିବେ
– ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ଭାରତ ଗସ୍ତ କରିବେ ଋଷି ସୁନକ୍
– ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ସମ୍ମିଳନୀରେ ସାମିଲ ହେବେ
– କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ମଧ୍ୟ ଜି-୨୦ ବୈଠକରେ ଯୋଗଦେବେ
– ଜାପାନ ପ୍ରଧାନମନ୍ତ୍ରୀ, ଦକ୍ଷିଣ କୋରିଆ ଓ ଫ୍ରାନ୍ସ ରାଷ୍ଟ୍ରପତି ମଧ୍ୟ ସାମିଲ ହେବେ
– ଦକ୍ଷିଣ ଆଫ୍ରିକା, ତୁର୍କୀ, ଆର୍ଜେଂଟିନା ଓ ନାଇଜେରିଆ ରାଷ୍ଟ୍ରପତି ଜି-୨୦ ବୈଠକକୁ ଆସିବେ

ଜି-୨୦ ଶିଖର ସମ୍ମିଳନୀ ପାଇଁ ଅତିଥିମାନେ ଦିଲ୍ଲୀ ଆସିଲେଣି । ସେପ୍ଣଙ୍କ ଦିଲ୍ଲୀକୁ କେବଳ କଡ଼ା ସୁରକ୍ଷା ଭିତରେ ରଖାଯାଇନି ବଂର ୩ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ କାର୍ଯ୍ୟାଳୟ ବନ୍ଦ ରଖାଯାଇଛି । ଏପରିକି ବଜାରଘାଟ ମଧ୍ୟ ବନ୍ଦ ରହିବ । ଟ୍ରାଫିକ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି ଦିଲ୍ଲୀ ଟ୍ରାଫିକ ପୁଲିସ ।ସୌନ୍ଦଯ୍ୟକରଣଠୁ ନେଇ ସୁରକ୍ଷା ବ୍ୟବସ୍ଥା । ଅତିଥିଙ୍କ ରହଣୀଠୁ ଖାଦ୍ୟ । ସବୁ କିଛି ଉପରେ ବିଶେଷ ଧ୍ୟାନ ଦିଆଯାଇଛି

ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି । ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ । ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ