ନୂଆ ନୁହେଁ ‘ଇଣ୍ଡିଆ’-‘ଭାରତ’ ବିବାଦ । ବ୍ରିଟିଶ ଶାସନ ଅମଳରୁ ରହିଛି ଦ୍ୱନ୍ଦ

978

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କାର୍ଡରେ ପ୍ରେସିଡେଂଟ ଅଫ ଭାରତ ଲେଖାଯାଇଥିବା ସାମ୍ନାକୁ ଆସିବା ପରେ ବିବାଦ ବଢିବାରେ ଲାଗିଛି । ଦେଶର ନାଁ ଇଣ୍ଡିଆ ପରିବର୍ତେ କେବଳ ଭାରତ ରଖାଯିବା ନେଇ ଚର୍ଚ୍ଚା ହେଉଛି । ହେଲେ ଆମ ଦେଶର ଯେତେବେଳେ ସମ୍ବିଧାନ ପ୍ରଣୟନ ହୋଇଥିଲା ସେତେବେଳେ ଭାରତ ବୋଲି କିଛି ନାମ ନଥିଲା । ୧୯୪୮ ମସିହା ନଭେମ୍ବର ୪ ତାରିଖରେ ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ବି.ଆର ଆମ୍ବେଦକର ଦେଶର ନୂଆ ସମ୍ବିଧାନର ପରିଚୟ କରାଇଥିଲେ । ହେଲେ ସମ୍ବିଧାନରେ ‘ଭାରତ’ ନାଁ ଲେଖାନଥିବା ନେଇ ବିବାଦ ଦେଖାଦେଇଥିଲା । ଯାହାକୁ ନେଇ ଗୋଟିଏ ବର୍ଷ ଧରି ତର୍କ ବିତର୍କ ଚାଲିଥିଲା । ଶେଷରେ ୧୯୪୯ ମସିହା ସେପ୍ଟେମ୍ବର ୧୮ ତାରିଖରେ ନୂଆ ଅଧ୍ୟାଦେଶ ଜରିଆରେ ଧାରା-୧ରେ ଭାରତ ନାମ ଯୋଡାଯାଇଥିଲା । ଯେଉଁଥିରେ ଇଣ୍ଡିଆ ସହ ଭାରତ ମଧ୍ୟ ରହିଥିଲା ।

୭ ଟି ପରିଚିତ ଦେଶ ଯେଉଁମାନେ ବିଭିନ୍ନ କାରଣ ଯୋଗୁ ସେମାନଙ୍କ ନାମ ପରବର୍ତନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛି ଶ୍ରୀଲଙ୍କା, ଥାଇଲାଣ୍ଡ, ବାଂଲାଦେଶ, ମିଆଁମାର ଭଳି ଆମର ପଡ଼ୋଶୀ ଦେଶ ।
ନାଁ ବଦଳାଇଛନ୍ତି ୭ ଦେଶ

-୨୦୧୯ରେ ‘ଦ ରିପବ୍ଲିକ ଅଫ ମାସେଡୋନିଆ’ ଦେଶ ନିଜର ନାମ ପରିବର୍ତ୍ତନ କରିଥିଲା
‘ଦ ରିପବ୍ଲିକ ଅଫ ମାସେଡୋନିଆ’ ପରିବର୍ତ୍ତେ ‘ଉତ୍ତର ମାସେଡୋନିଆ’ ରଖାଯାଇଥିଲା
ମାସେଡୋନିଆ ନାମକୁ ନେଇ ଗ୍ରୀସ୍ ସହ ବିବାଦ ଲାଗିରହିଥିଲା । ମାସେଡୋନିଆ ନାଁରେ ଅନ୍ୟ ଏକ ଦେଶ ଥିବାରୁ ଏହାର ନାମ ପରିବର୍ତ୍ତନ କରାଯାଇଥିଲା

-୧୯୭୨ରୁ ଦ୍ୱୀପ ଦେଶ ‘ଶ୍ରୀଲଙ୍କା’ ନାମ ଥିଲା ‘ସିଲୋନ’ । ଦେଶର ପୌରାଣିକ ଏବଂ ସାଂସ୍କୃତିକ ପରିଚୟ ବଜାୟ ରଖିବାକୁ ଦେଶର ନାମ ବଦଳାଯାଇଥିଲା । ୧୯୭୨ରେ ‘ସିଲୋନ’ ପରବର୍ତ୍ତେ ଦେଶର ନାମ ‘ଶ୍ରୀଲଙ୍କା’ କରାଯାଇଥିଲା

-୧୯୯୭ରେ ‘ଜାଇରେ’ ଦେଶର ନାମ ପରିବର୍ତ୍ତନ କରି ‘ଡେମୋକେଟ୍ରିକ୍ ରିପବ୍ଲିକ ଅଫ ଦ କଙ୍ଗୋ’ ରଖାଯାଇଥିଲା । ଦେଶରେ ଗଣତନ୍ତ୍ର ଶାସନ ଚାଲିଥିବା ଦର୍ଶାଇବାକୁ ଯାଇ ନାମ ପରିବର୍ତନ କରାଯାଇଥିଲା

-୧୯୩୯ରେ ‘ସିଆମ’ ଦେଶର ନାମ ପରିବର୍ତନ ହୋଇ ‘ଥାଇଲାଣ୍ଡ’ ରଖାଯାଇଥିଲା
ଏକତା ଏବଂ ପାଶ୍ଚାତ୍ୟ ଦେଶର ପ୍ରଭାବକୁ ସାମ୍ନା କରିବାକୁ ଦେଶର ନାମ ବଦଳାଯାଇଥିଲା
ଥାଇଲାଣ୍ଡ ଅର୍ଥାତ୍ ‘ଲ୍ୟାଣ୍ଡ ଅଫ ଫ୍ରିି’ ଯାହା ଦେଶର ସ୍ୱାଧୀନତାକୁ ଦର୍ଶାଇଥିଲା

-୧୯୯୩ରେ ବିଭାଜନ ପରେ ଚେକସ୍ଲୋଭାକିଆର ଦୁଇଟି ନାମ ଦ ଚେକ ରିପ୍ଲବିକ ଓ ସ୍ଲୋଭାକିଆ ରଖଯାଇଥିଲା
ଶାନ୍ତିପୂର୍ଣ୍ଣ ଭାବେ ବିଭାଜନ ହେବା ପରେ ଅଲଗା ଅଲଗା ନାମ ଦିଆଯାଇଯାଇଥିଲା
ଦେଶରେ ଚାଲିଥିବା କମ୍ୟୁନିଷ୍ଟ ଶାସନର ଅବସାନ ସହ ଦେଶ ଅଲଗା ହୋଇଥିଲା

– ୧୯୭୧ରେ ‘ଇଷ୍ଟ ପାକିସ୍ତାନ’ର ନାମ ବାଂଲାଦେଶ କରାଯାଇଥିଲା
ୱେଷ୍ଟ ପାକସ୍ତାନ ସହ ଭୟଙ୍କର ଯୁଦ୍ଧ ପରେ ‘ଇଷ୍ଟ ପାକିସ୍ତାନ’ ତାର ନାମ ବଦଳାଇଥିଲା

-୧୯୮୯ରେ ଦକ୍ଷିଣ ଏସିଆ ଦେଶ ‘ବର୍ମା’ ନାମ ‘ମିଆଁମାର’ ରଖାଯାଇଥିଲା
ଯେଉଁ ନାମକୁ ନେଇ ଏବେ ବି ବିବାଦ ଲାଗିରହିଛି । ସେଠାରେ ମାନବ ଅଧିକାର ଉଲଙ୍ଘନ କରାଯାଉଥିବାରୁ ଆମେରିକା ଭଳି କିଛି ଦେଶ ଏହାକୁ ବର୍ମା ବୋଲି ମାନୁଛନ୍ତି

ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରେଟିକ ଇନକ୍ଲ୍ୟୁସିଭ ଆଲାଏନ୍ସ ବା ଇଣ୍ଡିଆ ମେଂଟ ଗଠନ ପରଠୁ ଦେଶର ନା ଭାରତ ନା ଇଣ୍ଡିଆ ବିବାଦ ଦାନା ବାନ୍ଧିଛି । ଆଗାମୀ ନିର୍ବାଚନରେ ଇଣ୍ଡିଆ ବନାମ ଏନଡିଏ ମଧ୍ୟର ଟକ୍କର ହେବ । ଯାହାକୁ ପ୍ରତିହତ କରିବା ପାଇଁ ସରକାର ଜାତୀୟ ଅସ୍ମିତା ଉପର ପ୍ରଶ୍ନ ଉଠାଇ ସମ୍ବିଧାନରୁ ଇଣ୍ଡିଆ ନାଁ ହଟାଇବାକୁ ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି ।