ମାତିଛି ସ୍କ୍ରବ ଟାଇଫସ: ଜ୍ୱର ଲାଗିରହିଲେ ଶରୀର ପାଇଁ ହୋଇପାରେ ଘାତକ

1,048

କନକ ବ୍ୟୁରୋ: ଜୀବନ ନେଉଛି ପୋକ । ଗାଁ ଗାଁରେ ଘାତକ ସାଜିଛି ସ୍କ୍ରବ ଟାଇଫସ । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫଓ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ ।

ସାରା ରାଜ୍ୟରେ ଏବେ ଏକ ନୂଆ ଜ୍ୱର ସ୍କ୍ରବ ଟାଇଫସ ସାମ୍ନାକୁ ଆସିଛି । ଓଡିଶା ସମେତ ସାରା ଦେଶର ଏହି ଜ୍ୱର ବ୍ୟାପୁଛି । ସାଧାରଣତଃ ଗାଁ ଗଣ୍ଡାରେ ଏହି ଜ୍ୱର ଅଧିକ ବ୍ୟାପୁଥିବା ଦେଖିବାକୁ ମିଳୁଛି । ବରଗଡ, ନବରଙ୍ଗପୁର ଓ ସୁନ୍ଦରଗଡରେ ମଧ୍ୟ ଏହି ରୋଗ ବ୍ୟାପୁଛି । କେନ୍ଦୁଝରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଭିମସାରରେ ବର୍ତମାନ ସୁଦ୍ଧା ୩୦ ରୋଗୀ ଚିକିତ୍ସା ପାଇଁ ଆସିଥିବା ଜଣାପଡିଛି । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସ୍କ୍ରବ ଟାଇଫସ କଣ?
ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫସ
ବର୍ଷା ହେଲେ ଚିଗର୍ସ କୀଟ ଅଧିକ ବ୍ୟାପିଥାନ୍ତି
ବିଲ ବା ଜଙ୍ଗଲକୁ ଗଲେ ସ୍କ୍ରବ ଟାଇଫସର ସମ୍ଭାବନା ଅଧିକ
ସ୍କ୍ବ ଟାଇପସର ପ୍ରଭାବ ଶରୀରରେ ୧୦ରୁ-୧୨ ଦିନ ଯାଏଁ ରହିଥାଏ
ଜ୍ୱର ଅଧିକ ଦିନ ରହିଲେ ଶରୀରରେ ଗମ୍ଭୀର ଲକ୍ଷଣ ଦେଖାଦେଇପାରେ

ସ୍କ୍ରବ ଟାଇଫସ ଜ୍ୱର ଦୀର୍ଘ ଦିନ ରହିଲେ ଆପଣଙ୍କ ଶରୀରର ଅଙ୍ଗ ଅକାମି ହୋଇପାରେ । ଚିଗର୍ସ ଶରୀରକୁ କାମୁଡିଲେ ତାହା ଜଣାପଡିନଥାଏ । କିନ୍ତୁ ପରେ ଏହା ମାରାତ୍ମକ ହୋଇପାରେ । ସ୍କ୍ରବ ଟାଇଫସ ମୁଖ୍ୟ ଲକ୍ଷଣ ହେଲା,

-ମୁଣ୍ଡବ୍ୟଥା
-ଥଣ୍ଡା ହେବା
-ମାନସିକ ପରିବର୍ତ୍ତନ, ଏଭଳି ହେଲେ ରୋଗୀ କୋମାକୁ ଯିବାର ସମ୍ଭାବନା ରହିଛି
-ଶରୀର ଓ ଆଣ୍ଠୁଗଣ୍ଠି ବିନ୍ଧା

ଏହି ବ୍ୟାକଟେରିଆ ଶରୀରେ ପ୍ରବେଶ କଲାମାତ୍ରେ ୪-୫ ଦିନ ମଧ୍ୟରେ ଶରୀରରେ ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ । ଆଉ ଠିକ ସମୟରେ ଏହାର ଚିିକିତ୍ସା ନ କଲେ ଏହା ଘାତକ ବି ହୋଇପାରେ । ତେଣୁ ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ରୋଗ ଚିହ୍ନଟ ହେଲେ ଚିକିତ୍ସା ସହଜ । ସାଧାରଣ ଆଂଟିବାଓଟିକ୍ ବି କାମ ଦେବ । ଜ୍ୱର ନ କମିଲେ ତୁରନ୍ତୁ ପରୀକ୍ଷା କରାନ୍ତୁ ।

ସାଧାରଣ ବର୍ଷା ଦିନରେ ହିଁ ସ୍କ୍ରବ ଟାଇପସ ବ୍ୟାପିବାର ସମ୍ଭାବନା ଅଧିକ । କାରଣ ଏହି ଗରମ କିମ୍ବା ଶୀତ ଦିନରେ ଲାର୍ଭା ଜୀବିତ ରହିନଥାନ୍ତି । ତେଣୁ ବର୍ଷା ଦିନରେ ବାହାରକୁ ଯିବା ବେଳେ ସାବଧାନ ରହୁନ୍ତୁ ।