ଉତର ଆଫ୍ରିକା ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ । ବାତ୍ୟା ଓ ବନ୍ୟାରେ ବୁଡିଲାଣି ଦେଶର ଅଧିକାଂଶ ରାଜ୍ୟ

178

କନକ ବ୍ୟୁରୋ : ଉତର ଆଫ୍ରିକୀୟ ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ । ଏଠାରେ ମହାବିପତି ଆଣିଛି ସାମୁଦ୍ରିକ ଝଡ ଡାନିଏଲ । ବାତ୍ୟା ଓ ବନ୍ୟା ଯୋଗୁଁ ଏବେ ସୁଦ୍ଧା ଅଢେଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ହଜାର ହଜାର ସଂଖ୍ୟକ ଲୋକ ଗମ୍ଭୀରଭାବେ ଆହତ ହୋଇଥିବା ସୂଚନା ରହିଛି ।

ଦେଶର ଅଧିକାଂଶ ସ୍ଥାନ ପାଣି ଘେରରେ ରହିଛି । ଲିବ୍ୟା ପ୍ରଧାନମନ୍ତ୍ରୀ ଓସାମା ଅଲ ମସର ଦେଶବାସୀଙ୍କୁ ଧୈର୍ଯ୍ୟ ରଖିବାକୁ ଅପିଲ କରିଛନ୍ତି । ଦେଶରେ ୩ଦିନ ପାଇଁ ଶୋକ ଦିବସ ଘୋଷଣା କରାଯାଇଛି । ସେପଟେ ଲିବ୍ୟାକୁ ସାହାଯ୍ୟର ହାତ ବଢାଇଛନ୍ତି ବିଭିନ୍ନ ଦେଶ ।