କନକ ବ୍ୟୁରୋ : ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଅକ୍ଟୋବର ୧ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢିବ । ୨ତାରିଖରେ ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ପ୍ରଭାବ ପଡିବ । ୩ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆକଳନ ଅନୁଯାୟୀ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ମାତ୍ର ଘୂର୍ଣ୍ଣିବଳୟ ପ୍ରଭାବରେ ଅକ୍ଟୋବର ପହିଲାରୁ ପାଗରେ ପରିବର୍ତ୍ତନ ଆସିବ । ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ । ପ୍ରଥମେ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨ ତାରିଖଠାରୁ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପରବର୍ତୀ ସମୟରେ ବର୍ଷା ପରିମାଣ ବଢ଼ିବାରେ ।