ଜାତି ଭିତିକ ଜନଗଣନା ନେଇ ରାହୁଲଙ୍କ ବୟାନକୁ ଉପରେ ରାଜନୀତି । ବିଜେପି କହିଲା, କଂଗ୍ରେସର ନାହିଁ ଅସ୍ତିତ୍ୱ, କ୍ଷମତାକୁ ଆସିବାକୁ ଉଠୁନି ପ୍ରଶ୍ନ

103

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ତେଜୁଛି ରାଜନୀତି । ଜାତି ଭିତିକ ଜନଗଣନା ପାଇଁ ରାହୁଲଙ୍କ ବୟାନ ଉପରେ ବିଜେପି କରିଛି କଟାକ୍ଷ । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସମ୍ବିତ ପାତ୍ର କହିଛନ୍ତି ଛତିଶଗଡରେ କଂଗ୍ରେସ ଗତ ନିର୍ବାଚନରେ ୩୧୬ଟି ଏଭଳି ପ୍ରତିଶ୍ରୁତି ଦେଇଥିଲା ଯାହାକୁ ପୂରଣ କରି ପାରି ନାହାଁନ୍ତି କଂଗ୍ରେସ ପାର୍ଟି । ଆଉ ରାହୁଲ ଜାତି ଭିତିକ ଜନଗଣନା ଉପରେ ମତ ରଖୁଛନ୍ତି । ମଙ୍ଗଳବାର ଛତିଶଗଡରେ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଥିଲେ, ଦେଶରେ ଜାତି ଭିତିକ ଜନଗଣନା କରିବାକୁ ଡରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରଥମେ ଜାତି ଭିତିକ ଜନଗଣନା କରାଇବ ।