କେପଟାଉନ ଟେଷ୍ଟରେ ବଡ ବିପର୍ଯ୍ୟୟ । ଘାତକ ବୋଲିଂର ଶିକାର ହେଲେ ଉଭୟ ଆୟୋଜକ ଏବଂ ଭ୍ରମଣକାରୀ ଦଳ । ଏବେ ବି ୩୬ ରନରେ ଆଗୁଆ ଭାରତ ।

150

କନକ ବ୍ୟୁରୋ: କେପଟାଉନ ଟେଷ୍ଟରେ ବୋଲରଙ୍କ ରାଜୁତି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୨୪ତମ ଓଭରରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତୀୟ ଦଳ ମଧ୍ୟ ୩୫ତମ ଓଭରରେ ସୀମିତ ରହିଲା । ଆୟୋଜକ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍ କରିଥିଲା । ଜବାବରେ ଭାରତୀୟ ଦଳ ୧୫୩ ରନ୍ ହିଁ କରିପାରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୪୬ ରନ୍ କରିଥିଲେ । କିନ୍ତୁ ଖାସ୍ କଥା ହେଉଛି ପ୍ରାୟ ୫୯ ଓଭର ଖେଳରେ ୨୦ଟି ୱିକେଟ୍ ପଡ଼ିଥିଲା । ଭାରତ ବିନା ରନରେ ଶେଷ ୬ ୱିକେଟ୍ ହରାଇଥିଲା । ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

ଭାରତୀୟ ଦଳର ସ୍କୋର ୩୩ ଓଭର ସୁଦ୍ଧା ୧୫୩ ରନରେ ୪ ୱିକେଟ୍ ଯାଇଥିଲା । କ୍ରିଜ୍ରେ ବିରାଟ କୋହଲି ଓ କେଏଲ୍ ରାହୁଲ ଥିଲେ । ଭାରତୀୟ ଦଳ ଅତି କମରେ ୨୫୦ ରନ୍ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏଠାରୁ ଯାହା ଘଟିଲା ତାହା ବୋଧହୁଏ କେହି ବିଶ୍ୱାସ କରିବେ ନାହିଁ । ଏହାପରେ ଶେଷ ୬ ଟି ୱିକେଟ୍ ବିନା ରନରେ ପଡ଼ିଥିଲା । ଯଶସ୍ୱୀ ଜୟସ୍ୱାଲ, ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଖାତା ଖୋଲି ପାରିନଥିଲେ । ଭାରତ ଏଭଳି ଭାବେ ୯୮ ରନ୍ର ଅଗ୍ରଣୀ ହାସଲ କରିଛି । ଶେଷ ଥର ପାଇଁ ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ଭାରତର ୬ ଜଣ ଖେଳାଳି ଡକ୍ରେ ଆଉଟ୍ ହୋଇଥିଲେ ।