ପୁଣି ମଝି ଆକାଶରେ ମୁହାଁମୁହିଁ ହେଲେ ଦୁଇ ଶକ୍ତିଶାଳୀ ରାଷ୍ଟ୍ର । ଆମେରିକା ବମ୍ବର ଲଢୁଆ ବିମାନକୁ ଘଉଡାଇଲା ରୁଷର ସୁଖୋଇ ୩୫

193

କନକ ବ୍ୟୁରୋ : ମଝି ଆକାଶରେ ପୁଣି ମୁହାଁମୁହିଁ ହେଲେ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରଷିଆ । ରୁଷ ସୀମା ନିକଟରେ ପହଁଚିଥିବା ଆମେରିକାର ଶକ୍ତିଶାଳୀ ବି-୫୨ଏଚ ବମ୍ବର ଲଢୁଆ ବିମାନକୁ ତଡିଛି ରୁଷର ସୁଖୋଇ ୩୫ ଜେଟ । ରୁଷ ସୀମାରେ ଆମେରିକାର ବିମାନକୁ ଦେଖିବା ପରେ ରୁଷର ସୁଖୋଇ ୩୫କୁ ଏହାକୁ ରୁଷ ସୀମାରୁ ତଡିଦେଇଥିବା ସୂଚନା ରହିଛି । ଏନେଇ ରଷିଆ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ଭିଡିଓ ଜାରି କରି ସୂଚନା ଦିଆଯାଇଛି । ରୁଷ କହିଛି ଅର୍ନ୍ତରାଷ୍ଟ୍ରୀୟ ସୀମାର ନିୟମକୁ ରୁଷ ସଠିକ ଭାବେ ପାଳନ କରେ । ଯିଏ ନିୟମ ଉଲ୍ଲଂଘନ କରିବ ତାକୁ କଡ଼ା ଯବାବ ଦିଆଯିବ । କିଛି ଦିନ ପୂର୍ବରୁ କୃଷ୍ଣ ସାଗରରେ ଆମେରିକା ଡ୍ରୋନକୁ ନଷ୍ଟ କରିଥିଲା ରୁଷ ।