ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ମା ଶାରଳାଙ୍କ ଚନ୍ଦନ ଯାତ୍ରା । ଟ୍ରକରେ ଝଙ୍କଡ ଆସିଲା ସୁସଜ୍ଜିତ ଡଙ୍ଗା ।

77

କନକବ୍ୟୁରୋ :ପାରମ୍ପରିକ ନୌକା ସମର୍ପଣ ଉତ୍ସବ । ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହେବ ଝଙ୍କଡ ବାସିନୀ ମା ଶାରଳାଙ୍କ ଚନ୍ଦନ ଯାତ୍ରା ।ଝଙ୍କଡ ବାସିନୀ ମା ଶାରଳା ନୌକାରେ ଖେଳିବେ ଚାପ । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳାଙ୍କ ଚନ୍ଦନ ଯାତ୍ରା ଲାଗି ଶାରଳା ମଣ୍ଡଳ କୈବର୍ତ ମହାସଂଘ ତରଫରୁ ପାରମ୍ପରିକ ନୌକା ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ନୌକା ସମର୍ପଣ ଉତ୍ସବରେ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି ନୌକାକୁ ସୁସଜ୍ଜିତ କରି ପାରାଦୀପ ଗଡ ଠାରୁ ଶାରଳା ପୀଠ ପର୍ଯ୍ୟନ୍ତ ନିଆଯାଇଛି । ୧୯୮୨ ମସିହାରେ ମାଆଙ୍କ ନିକଟରେ ଉତ୍ସର୍ଗ ହୋଇଥିବା ନୌକା ଭାଙ୍ଗି ଯିବା ପରେ ନୂତନ ନୌକାକୁ ପୂଜାର୍ଚ୍ଚନା କରାଯାଇ ନୂଆ ଡଙ୍ଗା ଉତ୍ସର୍ଗ କରାଯାଇଛି । ଏହା ଆନନ୍ଦର ଦିନ ବୋଲି ପ୍ରକାଶ କରିଛନ୍ତି କୈବର୍ତମାନେ ।