ମହାକାଶରେ ହେବ ଯୁଦ୍ଧ, ଭବିଷ୍ୟତ ପାଇଁ ରହିବାକୁ ପଡିବ ପ୍ରସ୍ତୁତ । ବାୟୁସେନା ମୁଖ୍ୟ କହିଲେ ମହାକାଶରେ ସ୍ୱତନ୍ତ୍ର ଯୁଦ୍ଧାସ୍ତ୍ର ପ୍ରସ୍ତୁତି ରହିଛି ଜାରି

101

କନକ ବ୍ୟୁରୋ : ଜଳ, ସ୍ଥଳରେ ଯୁଦ୍ଧ ଆମେ ଦେଖୁଛୁ । ଏବେ କିନ୍ତୁ ମହାକାଶରେ ଯୁଦ୍ଧ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ଯୁଦ୍ଧ ମହାକାଶରେ ଲଢାଯିବ । ମହାକାଶରେ ଲଢେଇ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ମହାକାଶରେ ସ୍ୱତନ୍ତ୍ର ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଜାରି ରହିଛି । ବାୟୁସେନା ମୁଖ୍ୟ ଏଭଳି କହିବା ପରେ ଆମର ସମ୍ପଦକୁ ସୁରକ୍ଷା ଦେବାକୁ ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ ଦକ୍ଷତା ବୃଦ୍ଧି କରିବା ଜରୁରୀ ହୋଇପଡ଼ିଛି । ତେବେ ପରବର୍ତୀ ଯୁଦ୍ଧ ମାଟି, ପାଣି, ବାୟୁ ଓ ମହାକାଶ ସବୁଆଡେ ବ୍ୟାପିବ । ତେଣୁ ଏବେଠାରୁ ସମ୍ପଦର ସୁରକ୍ଷା ପାଇଁ ମହାକାଶର ଦକ୍ଷତା ବିକାଶ କରିବା ଆବଶ୍ୟକତା ରହିଛି । ପଡୋଶୀ ରାଷ୍ଟ୍ର ସବୁବେଳେ ଅଚାନକ ଭାବେ ଆକ୍ରମଣ କରିଥାନ୍ତି । ଏନେଇ ସାମୂହିକ ଶକ୍ତି ବଢାଇବା ଦରକାର ହୋଇଛି । ମହାକାଶରେ ସ୍ୱତନ୍ତ୍ର ଯୁଦ୍ଧ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହାଇସାରିଛି । ବତଶ୍ୱର ଯେକୌଣସି ଶକ୍ତିର ମୁକବିଲା ପାଇଁ ନିରନ୍ତର ବିକାଶ ଚାଲିଛି ।