ରନୱେରେ ନୁହେଁ, ମକା ବିଲରେ ଅବତରଣ କଲା ବିମାନ । ଆଉ ତା ପରେ…

ପକ୍ଷୀଙ୍କ ସହ ଧକ୍କା ଖାଇବାରୁ ଗୋଟାଏ ମକ୍କା ବିଲରେ ଜରୁରୀ ଅବତରଣ କରିଛି ବିମାନ

1,477

ଗୁରୁବାର ଦିନ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଗୋଟାଏ ରୁଷୀୟ ଯାତ୍ରୀବାହୀ ବିମାନ ପକ୍ଷୀଙ୍କ ସହ ଧକ୍କା ଖାଇବାରୁ ରାଜଧାନୀ ମସ୍କୋ ପାଖରେ ଥିବା ଗୋଟାଏ ମକ୍କା ବିଲରେ ଜରୁରୀ ଅବତରଣ କରିଛି। ବିମାନର ଉଭୟ ଇଞ୍ଜିନ୍ ମଧ୍ୟକୁ ପକ୍ଷୀଗୁଡ଼ିକ ଶୋଷି ହୋଇ ପଶି ଯାଇଥିଲେ ବୋଲି ଏୟାରଲାଇନ୍ ଏବଂ ଏୟାର୍ ଟ୍ରାନ୍ସପୋର୍ଟ ଏଜେନସି କହିଛି।

୨୩୩ ଯାତ୍ରୀଙ୍କୁ ଧରି ‘ଉରାଲ୍ ଏୟାରଲାଇନ୍ସ’ର ୩୨୧ ଏୟାରବସ୍ ଉଡ଼ାଣ ଆରମ୍ଭ କରିବା ପରେ ଝାଙ୍କେ ଗଲ୍ ଚଢ଼େଇଙ୍କ ସହ ଧକ୍କା ଖାଇବାରୁ ଏହାର ଇଞ୍ଜିନରେ ତ୍ରୁଟି ଦେଖା ଦେଇଥିଲା। ପାଇଲଟମାନେ ବାଧ୍ୟ ହୋଇ ଦକ୍ଷିଣ-ପୂର୍ବ ମସ୍କୋ ଠାରେ ଥିବା ଝୁକୋଭସ୍କି ଆନ୍ତର୍ଜାତିକ ବିମାନ ବନ୍ଦର ଠାରୁ ଗୋଟିଏ କିଲୋମିଟର ଦୂର ମକା ବିଲରେ ଅବତରଣ କରିଥିଲା ।

ଉରାଲ୍ ଏୟାରଲାଇନ୍ସର ସାଧାରଣ ନିର୍ଦେଶକ ସର୍ଗେଇ ସ୍କୁରାତୋଭ୍ କହିଛନ୍ତି: ଝୁକୋଭସ୍କି ଠାରେ ଜରୁରୀ ଅବତରଣ କରାଯାଇଛି। ଉଭୟ ଇଞ୍ଜିନ୍ ମଧ୍ୟକୁ ଚଢ଼େଇମାନେ ପଶିଯାଇଛନ୍ତି। ଇଞ୍ଜିନ ଦୁଇଟି ବନ୍ଦ ହୋଇଯିବାରୁ କ୍ରୁ’ମାନେ ଅବତରଣ କରାଇଥିଲେ।