ପୁଣି ଥରେ ଖେରସନ ସହ ହରାଇଥିବା ସହରକୁ ଅକ୍ତିଆର କରିବାକୁ କ୍ରେମଲିନ ଜୋରଦାର କଲା ଆକ୍ରମଣ । ଦୁଇ ଦେଶ ମଧ୍ୟରେ ମିଳିତ ଜାତିସଂଘ ଆୟୋଜନ କରିପାରେ ଶାନ୍ତି ବୈଠକ

128

କନକ ବ୍ୟୁରୋ : ରୁଷ- ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ହେଲା ଯୁଦ୍ଧ ଜାରି ରହିଛି । ଏବେ ପୁଣି ଥରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି । ଖେରସାନର ଜନବସତି ଅଂଚଳରେ ଏବେ ରୁଷ ସେନା ପକ୍ଷରୁ ୩୩ ରକେଟ ମାଡ କରାଯାଇଛି । ଏନେଇ ଦାବି କରିଛି ୟୁକ୍ରେନ ସେନା । ରୁଷ ଯୁଦ୍ଧରେ ଟ୍ୟାଙ୍କ, ସଶସ୍ତ୍ର ଗାଡି ମଧ୍ୟ ବ୍ୟବହୃତ କରୁଥିବା ୟୁକ୍ରେନ କହିଛି । ୧୧ ମାସ ଯୁଦ୍ଧରେ ରୁଷର ପ୍ରଥମେ ୟୁକ୍ରେନର ଖାରସନ ଅଂଚଳକୁ ନିଜ ଦଖଲକୁ ନେଇଥିଲା ।

ହେଲେ ଗତ ମାସରେ ରୁଷ ସେନା ଏହି ଅଂଚଳ ଛାଡି ଚାଲିଯିବା ପରେ ପୁଣିଥରେ ୟୁକ୍ରେନ ନିୟନ୍ତ୍ରଣକୁ ଚାଲିଆସିଥିଲା ଖାରସେନ୍ । ଏବେ ପୁଣି ରକେଟ ମାଡ କରି ନିଜ କବଜ୍ଜାକୁ ନେଇଛି ରୁଷ । ଏନେଇ ବିଟ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ରୁଷ ଏବେ ଆହୁରି ଆକ୍ରମଣାତ୍ମକ ହୋଇପଡିଛି । ୟୁକ୍ରେନର ୭୦ ହଜାର ବାସ କରୁଥିବା ବାଖମୁଖକୁ ରକେଟ ମାଡ କରି ରୁଷ ଧ୍ୱଂସ କରିପକାଇଛି । ସେପଟେ ଜନସାଧାରଣଙ୍କ ଉପରେ ଆକ୍ରମଣ ଘଟଣାକୁ ଅସ୍ୱିକାର କରିଛି ରୁଷ ।