ଆମେରିକା ବରଫ ଝଡ଼ରେ ଫଶିଛି ଜାପାନ, ବିମାନ ଓ ରେଳ ସେବା ଅନିଦ୍ଧିଷ୍ଟ କାଳ ଯାଏଁ ବାତିଲ

121

କନକ ବ୍ୟୁରୋ : ଆମେରିକା ପରେ ଏବେ ଜାପାନରେ ବରଫ ଝଡ ଜନଜୀବନକୁ ପ୍ରଭାବିତ କରିଛି । ଏଠାରେ ପ୍ରବଳ ବରଫପାତ ଯୋଗୁଁ ୧୭ଜଣଙ୍କ ମୃତ୍ୟୁହୋଇଛି । ସେହିପରି ୯୩ରୁ ଅଧିକ ଆହାତ ହୋଇଛନ୍ତି । ଦେଶର ଉତରଅଂଚଳରେ ପ୍ରବଳ ତୁଷାରପାତ ହୋଇଛି । ଯାହାଫଳରେ ରାଜରାସ୍ତାରେ ଶହ ଶହ ଗାଡି  ଚଳାଚଳ କରିପାରୁନାହିଁ । ବରଫପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଏଥିପାଇଁ ଅନେକ ଯୋଗାଣ ସେବା ବିଳମ୍ବ ହେଉଛି । ଲୋକଙ୍କ ଘରର ଛାତ ଉପରେ ବରଫ ଜମା ହୋଇରହୁଛି ।  ଦେଶରେ ୨୦ ହଜାରରୁ ଅଧିକ ଲୋକଙ୍କ ଘରେ ବିଜୁଳ ସରବରାହ ବନ୍ଦ ରହିଛି । ସେପଟେ ବରଫପାତକୁ ଦୃଷ୍ଟିରେ ରଖି ଅନେକ ବିମାନ ଓ ଟ୍ରେନକୁ ବାତିଲ କରାଯାଇଛି ।