ରୁଷ ଉପରେ ଭାରିପଡୁଛି ୟୁକ୍ରେନ, ରୁଷର ଦୁଇଟି ବିଶାଳ ତୈଳ ଡିପୋ ଉପରେ ରକେଟ ଲଂଚର ଓ ଡ୍ରୋନରେ ୟୁକ୍ରେନ ଆକ୍ରମଣ କରିଥିବା ନେଇ କ୍ରେମଲିନର ଅଭିଯୋଗ

409

କନକ ବ୍ୟୁରୋ : ୟୁକ୍ରେନ-ରୁଷ ଯୁଦ୍ଧରୁ ଆସିଛି ବଡ ଖବର । ରୁଷର ଦୁଇଟି ବଡ ସ୍ଥାନରେ ୟୁକ୍ରେନ ଆକ୍ରମଣ କରଥିବା ଜଣାପଡିଛି । ସୂଚନା ଅନୁସାରେ ରକେଟ ଲଂଚର ଓ ଡ୍ରୋନରେ ୟୁକ୍ରେନ ରୁଷର ଦୁଇଟି ବିଶାଳ ତୈଳ କାରଖାନେରେ ଆକ୍ରମଣ କରିବା ପରେ ରୁଷକୁ ବଡ ଆର୍ଥିକ କ୍ଷତି ସହିବାକୁ ପଡିଛି । ଏହି କାରଖାନରୁ ରୁଷ ସବୁଠୁ ଅଧିକ ତୈଳ ଉତ୍ପାଦନ କରେ । ଏବେ ଏହା ଧ୍ୱଂସ ହେବା ପରେ ତୈଳ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି । ଏହାଠୁ କିଛି ଦୂରରେ ଥିବା ରିଫଆଇନାରୀ ପ୍ଲାଂଟରେ ମଧ୍ୟ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ସୂଚନା ମିଳିଛି । ସେପଟେ ବୁଧବାର ରୁଷ ସୀମା ଓ ମସ୍କୋ ଉପରେ ଆକ୍ରମଣ କରୁଥିତା ରୁଷ ଅଭିଯାଗ କରିଥିଲା ।