ରାମଲାଲାଙ୍କ ଦର୍ଶନ ପାଇଁ ଜନସମୁଦ୍ର ଅଯୋଧ୍ୟା । ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ଉତ୍କଣ୍ଠା

114

କନକ ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିଛି ରାମ ଦରବାର । ମଙ୍ଗଳବାରଠୁ ରାମଲାଲାଙ୍କ ଦର୍ଶନ କରିବାକୁ ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଭିଡ ଜମାଇବା ପରେ ଅଯୋଧ୍ୟା ପାଲଟିଛି ଜନସମୁଦ୍ର । ଦୂରଦୁରାନ୍ତରୁ କିଏ ନିଜ ବୃଦ୍ଧ ବାପାମାଙ୍କୁ ନେଇ ପହଁଚିଛି ତ ପୁଣି କିଏ ପୁଅ ଝିଅଙ୍କୁ ରାମଲାଲାଙ୍କ ଦର୍ଶନ କରିବାକୁ ଏଠାକୁ ପହଞ୍ଚିଛନ୍ତି । ତେବେ ଭିଡକୁ ଖାତିର ନକରି ହଜାର ସଂଖ୍ୟକ ଦର୍ଶକ ଅଯୋଧ୍ୟାରେ ପହଞ୍ଚିଛନ୍ତି ।

  • ରାମ ଦରବାରରେ ଜନସମୁଦ୍ର
  • ହାତରେ ଉପହାର, ହୃଦୟରେ ଶ୍ରଦ୍ଧା

ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ପାଲଟିଛି ଜନସମୁଦ୍ର । ରାଜ୍ୟ ଓ ରାଜ୍ୟବାହାରୁ ଛୁଟି ଆସିଛନ୍ତି ହଜାର ହଜାର ସଂଖ୍ୟକ ଶ୍ର୍ଦ୍ଧାଳୁ । ହାଡଭଙ୍ଗା ଶୀତକୁ ଖାତିର ନକରି ଅଧରାତିରୁ ଦୀର୍ଘଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି । କିଏ ସାଥିରେ ବୁଦ୍ଧ ବାପା ମାଙ୍କୁ ନେଇ ଆସିଛନ୍ତି ତ ପୁଣି କିଏ କୁନି ଶିଶୁଙ୍କ ସାଥୀରେ ନେଇ ଆସିଛି । ମନରେ ଗୋଟିଏ ଇଚ୍ଛା ଥରୁଟିଏ ମିଳିଯାଉ ରାମଲାଲାଙ୍କ ଦର୍ଶନ ।

  • ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ଉକ୍ରଣ୍ଠା
  • ଅଯୋଧ୍ୟାରେ ଅସମ୍ଭବ ଭିଡ଼

ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ରାତି ୩ଟାରୁ ଲୋକେ ଭିଡ଼ ଜମାଇଥିଲେ । ସକାଳ ୭ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ସକାଳ ୭ଟାରୁ ଦିନ ସାଢ଼େ ୧୧ଟା ଏବଂ ଏହାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ଖୋଲା ରହିବ ମନ୍ଦିର । ସକାଳ ୬ଟା ୩୦ରେ ଶୃଙ୍ଗାର ଆଳତି ହୋଇଥିବା ବେଳେ ଅପରାହ୍ନ ୧୨ଟାରେ ଭୋଗ ଆଳତି ଓ ସନ୍ଧ୍ୟା ସାଢ଼େ ୭ଟାରେ ସନ୍ଧ୍ୟା ଆଳତି ସମ୍ପନ୍ନ କରାଯାଇଛି । ଦୈନନ୍ଦିନ ରାତିନୀତିଭାବେ ଏହି କାର୍ଯ୍ୟ ଜାରି ରହିବ । ଘୋଷଣା ମୁତାବକ ଜାନୁଆରୀ ୨୩ରୁ ସାଧାରଣ ଭକ୍ତଙ୍କ ପାଇଁ ଫିଟିଛି ରାମଦରବାର । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୁଲିସ ବିଫଳ ହେବା ପରେ ରାପିଡ୍ ଆକ୍ସନ ଫୋର୍ସକୁ ମୁତୟନ କରାଯାଇଛି ।