ଟାଟୁ ଦେଲା ଲୁଟେରାଙ୍କ ପରିଚୟ । ଭୁବନେଶ୍ୱର ପିତାପଲ୍ଲୀ ଛକରୁ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଟଙ୍କା ଲୁଟ ଘଟଣାରେ ୪ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ

139

କନକ ବ୍ୟୁରୋ : ବିଡା ବିଡା ଟଙ୍କା । ବସ୍ତା ବସ୍ତା କଏନ । କଳା ମୁଖା ପିନ୍ଧି ଛିଡା ହୋଇଥିବା ଏହି ଅଭିଯୁକ୍ତ ମାନେ ହେଉଛନ୍ତି ଭୁବନେଶ୍ୱରର ଟଙ୍କା ଝମ୍ପା ଗ୍ୟାଙ୍ଗ । ଆଖି ପିଛୁଳାକେ ଏମାନେ ଗାଏବ କରି ଦିଅନ୍ତି ଟଙ୍କା ବ୍ୟାଗ । ଗତ ୩୦ ତାରିଖରେ ପିତାପଲ୍ଲୀ ଛକରୁ ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ ଏମାନେ । ୧୧ ଲକ୍ଷ ଟଙ୍କାକୁ ସମାନ ଭାବରେ ବାଂଟି ଦେଇଥିଲେ । ଟଙ୍କା ନେଇ ଅଏସ ଆରାମ ବି କରୁୁଥିଲେ । ନୂଆ ଚକ ଚକ ନୋଟକୁ ନେଇ ଖର୍ଚ୍ଚ ବେଳେ ପୁଲିସକୁ ସୁରାକ ମିଳିଥିଲା । ଆଉ ୪ ଅଭିଯୁକ୍ତଙ୍କ ଭିତରୁ ଖୋର୍ଦ୍ଦା କୁମ୍ଭାରବସ୍ତର ସୋମନାଥ ଜେନା ଓରଫ ସୋମାର ଏକ ବାଘ ଟାଟୁକୁ ଦେଖି ଖୋଜୁଥିଲା ପୁଲିସ । ଡାହାଣ ହାତରେ ଥିବା ମହାବଳର ମୁହଁ ଏବଂ ବାମ ହାତରେ ଥିବା ତ୍ରିଶୁଳ, ଡମ୍ବରୁ ଟାଟୁକୁ ନେଇ ତନାଘନା ଆରମ୍ଭ କରିଥିଲା ପୁଲିସ । ତେବେ ସୋମାର ଟାଟୁ ଏବଂ ଗାଡିର ନମ୍ବର ଯୋଗୁ ୪ ଅଭିଯୁକ୍ତଙ୍କ ଠିକଣା ପୁଲିସ ପାଇଥିଲା । ଆଉ ଲୁଟ ହୋଇଥିବା ୧୧ ଲକ୍ଷରୁ ୯ ଲକ୍ଷ ୬୯ ହଜାର ଟଙ୍କା ଜବତ କରିବାରେ ସଫଳ ହୋଇଥିଲା ।

ବ୍ୟବସାୟୀ ଉଦୟଭାନୁ ବିଶ୍ୱାଳ ଖୁଚୁରା ଟଙ୍କା କାରବାର କରନ୍ତି । ସେ ଓ ତାଙ୍କ ସହଯୋଗୀ ବ୍ରହ୍ମପୁର, ଛତ୍ରପୁର ବ୍ରାଂଚରୁ ଟଙ୍କା ନେଇ ଭୁବନେଶ୍ୱର ଫେରୁଥିଲେ । ପିତାପଲ୍ଲୀ ବାଏପାସ ପାଖରେ ୪ ଅଭିଯୁକ୍ତ ନିଜକୁ ସରକାରୀ ଅଫିସରର ପରିଚୟ ଦେଇ କାଗଜପତ୍ର ଯାଂଚ କରିବାକୁ କହ ବି ବ୍ୟବସାୟୀଙ୍କୁ ଖୋର୍ଦ୍ଧା ଜଙ୍ଗଲ ଆଡକୁ ନେଇ ଯାଇଥିଲେ । ଆଉ ଅଧାରାସ୍ତାରେ ବ୍ୟବସାୟୀଙ୍କୁ ଛାଡି ଟଙ୍କା ନେଇ ଛୁ ମାରିଥିବା ବ୍ୟବସାୟୀ କହିଛନ୍ତି ।

ଗିରଫ ଅଭିଯୁକ୍ତଙ୍କ ଭିତରେ ହତ୍ୟାକାଣ୍ଡ, ଚୋରୀ, ରାହାଯାନୀ, ହତ୍ୟା ଧମକ, ଯୈ÷ତୁକ ନିର୍ଯ୍ୟାତନା, ଅସଦାଚରଣ ଭଳି ସଙ୍ଗୀନ ମାମଲାରେ ଜେଲଦଣ୍ଡ ଭୋଗିଛନ୍ତି । ବ୍ୟବସାୟୀଙ୍କୁ ଲୁଟ ଟଙ୍କା ଫେରାଇଛି କମିଶନରେଟ ପୁଲିସ ।