ବିଜେଡି ଛାଡ଼ି ବିଜେପିରେ ମିଶିଲେ ଜଗତସିଂହପୁରର ଅମରେନ୍ଦ୍ର ଦାସ । ପଦ୍ମ ଧରିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ, ପୂର୍ବତନ କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ

184

କନକ ବ୍ୟୁରୋ : ରାଜନୀତିରେ ଦଳ ପରିବର୍ତନ ଯଦିଓ ନୂଆ ନୁହେଁ, ନିର୍ବାଚନ ପୂର୍ବରୁ ଦଳଡିଆଁର ମାତ୍ର ଓ ତୀବ୍ରତା ହୁଏତ ବଢ଼ି ଯାଇଛି । ଉଭୟ ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି ବେଶ ଜଣାଶୁଣା ନେତା ।
ବିଜେପିରେ ସାମିଲ୍ ହୋଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ସେହିପରି ବିଜେଡିରୁ ଇସ୍ତଫା ଦେଇଥିବା ଅମରେନ୍ଦ୍ର ଦାସ ନିଜ ସମର୍ଥକଙ୍କୁ ନେଇ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଏବଂ ପୂର୍ବତନ ପିସିସି ଉପସଭାପତି ବିଶ୍ୱଭୂଷଣ ଦାସ ପଦ୍ମଦଳରେ ମିଶିଛନ୍ତି ।

ଦଳ ଛାଡ଼ିବାର ଦିନକ ପରେ ବିଜେପିରେ ଯୋଗ ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଆଠମଲ୍ଲିକ ବିଧାନସଭା ପାଇଁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ରମେଶ ସାଏଙ୍କ ସହ ଶତାଧିକ କର୍ମୀ ବିଜେପିରେ ଯୋଗଦେଇଛନ୍ତି ।

ଏପଟେ ଜଗତସିଂହପୁର ଜିଲ୍ଲାର ତୁଙ୍ଗ ନେତା ଅମରେନ୍ଦ୍ର ଦାସ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । । ବିଜେଡି, ଜଗତସିଂହପୁର ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି । ହେଲେ ଅମରେନ୍ଦ୍ର ଦାସ ସମାନ ଆସନ ପାଇଁ ଟିକେଟ ଆଶାୟୀ ଥିଲେ । ଟିକେଟ୍ ନମିଳିବା ପରେ ନିରାଶ ହୋଇ ଅମରେନ୍ଦ୍ର ଦାସ ଦଳ ଛାଡିଥିବା କୁହାଯାଉଛି ।

ଏପଟେ ହଜାର ହଜାର ସମର୍ଥକଙ୍କ ସହ ବିରାଟ ବାଇକ ଶୋଭାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଂଚିଥିଲେ ରଜତ ଚୌଧୁରୀ । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଛନ୍ତି ରଜତ । ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲସିଂ ତୋମାରା, ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତରେ ବିଜେପିରେ ସାମିଲ୍ ହୋଇଛନ୍ତି ।

ପୂର୍ବତନ ପିସିସି ଉପ-ସଭାପତି ତଥା କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିବା ବିଶ୍ୱଭୂଷଣ । କାକଟପୁରର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୦୯ ଏବଂ ୨୦୧୯ରେ ନିର୍ବାଚନ ଲଢିଥିଲେ । ତେବେ କଂଗ୍ରେସର ହାତ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି ବିଶ୍ୱଭୂଷଣ ଦାସ ।

ତେବେ ନେତାଙ୍କ ଏହି ଦଳଡ଼ିଆ ନିଷ୍ପତି କେଉଁ ଦଳକୁ ଲାଭଦାୟକ ହେଉଛନ୍ତି, ତାହା ନିର୍ବାଚନ ସରିଲା ପରେ ଜଣାପଡ଼ିବ ।