କୋଟିଆ ଗସ୍ତରେ ଆସୁଛନ୍ତି ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା : ଗସ୍ତ ପୂର୍ବରୁ ଦୁର୍ବୃତ୍ତ ଖୋଳିଦେଲେ ରାସ୍ତା; କିଏ ଓ କାହିଁକି ଖୋଳିଲା ରାସ୍ତା ଅସ୍ପଷ୍ଟ

158

କନକ ବ୍ୟୁରୋ : କୋଟିଆକୁ ନେଇ ବିବାଦ ଭିତରେ ପୁଣି ଥରେ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିଛି ଆନ୍ଧ୍ର । ଆଜି କୋଟିଆ ଆସୁଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପି ରାଜନ୍ନା ଦୋରା । ଏହା ପୂର୍ବରୁ କିନ୍ତୁ ଖୋଳି ଦିଆଯାଇଛି ରାସ୍ତା । ଏହି ରାସ୍ତା ଦେଇ ଉପମୁଖ୍ୟମନ୍ତ୍ରୀ କୋଟିଆ ପଂଚାୟତର ଫାଟୁସେନେରୀ ଓ ଫଗୁଣସେନେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା ।

ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ୨ଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ମାହକାର ନିକଟରେ ରାସ୍ତା ଖୋଳି ଯାତାୟତ ରାସ୍ତାରେ ମାଟି ପକାଇ ଅବରୋଧ କରାଯାଇଛି । ହେଲେ ଏହାକୁ କିଏ ଖୋଳିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପି ରାଜନ୍ନା ଦୋରା ଗସ୍ତ କରି ଆନ୍ଧ୍ର ସରକାରଙ୍କ ‘ଦ୍ୱାରେ ଦ୍ୱାରେ ମୋ ସରକାର ଯୋଜନା’ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା ।