ଗୋବର୍ଦ୍ଧନ ପୀଠରେ ମା’ ବିମଳାଙ୍କ ପୂଜାର୍ଚ୍ଚନା : ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ନିକଟରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି

77

କନକ ବ୍ୟୁରୋ : ପୁରୀ ଗୋବର୍ଦ୍ଧନ ପୀଠରେ ଆରାଧ୍ୟଦେବୀ ତଥା ଶ୍ରୀକ୍ଷେତ୍ରର କ୍ଷେତ୍ରାଧିଶ୍ୱରୀ ହେଲେ ମା’ ବିମଳା । ଶଙ୍କରାଚାର୍ଯ୍ୟଙ୍କ ପୀଠରେ ମା’ ପୂଜା ପାଆନ୍ତି । ଗୋବର୍ଦ୍ଧନ ପୀଠର ପୂର୍ବ ଦିଗରେ ମା’ ଅବସ୍ଥାନ କରିଛନ୍ତି । ପୀଠରେ ପ୍ରତ୍ୟେକ ଦିନ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଥାଏ । ଶ୍ରୀମନ୍ଦିର ରୀତିନୀତି ସହ ମା’ଙ୍କ ମନ୍ଦିର ଜଡ଼ିତ ।

ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା ହୋଇଥାଏ । ଏହି ସମୟରେ ମା’ଙ୍କ ବିଭିନ୍ନ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଲୋକକଥା ଅନୁଯାୟୀ ମା’ଙ୍କ ମନ୍ଦିର ପୂରାତନ ଯୁଗର । ଏହି ମନ୍ଦିର ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ସେପଟେ, ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ।