ଲିଜେଣ୍ଡସ ଲିଗ୍ କ୍ରିକେଟ୍ : ଲଗାତାର ୨ ଟି ମ୍ୟାଚ୍ ହାରିବା ପରେ ତୃତୀୟ ମ୍ୟାଚରେ ଜିତିଲା ଭିଲୱାରା କିଙ୍ଗସ୍

107

କନକ ବ୍ୟୁରୋ : ବାରବାଟୀରେ ଚାଲିଛି ଲିଜେଣ୍ଡସ ଲିଗ୍ କ୍ରିକେଟ୍ । ଦୁଇଟି ମ୍ୟାଚ ଲଗାତର ହାରିବା ପରେ ତୃତୀୟ ମ୍ୟାଚରେ ବିଜୟୀ ହୋଇଛି ଭିଲୱାରା କିଙ୍ଗସ । ଗତକାଲି ଗୁଜରାଟ ଜାଏଂଟସକୁ ହରାଇଛି ୫୭ ରନରେ ହରାଇଛି ଭିଲୱାରା କିଙ୍ଗସ । ଗୁଜରାଟ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭିଲୱାରା କିଙ୍ଗସ ୪ ୱିକେଟ ହରାଇ ୨୨୨ ରନ୍ କରିଥିଲା । ଜବାବରେ ଗୁଜରାଟ ଜାଏଂଟସ ୧୯.୪ ଓଭରରେ ୧୬୫ ରନ୍ କରି ଅଲ୍ ଆଉଟ୍ ହୋଇଥିଲା ।

ଅର୍ଦ୍ଦଶତକ ହାସଲ କରିଥିବା ୱିଲିୟମ ପୋଟରିଫିଲ୍ଡ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ଗୁଜରାଟ ଟିମରେ କ୍ରିସ ଗେଲ ଏବଂ ବୀରେନ୍ଦ୍ର ସେହୱାଗଙ୍କ ଭଳି ଦୁର୍ଦ୍ଦଶ ବ୍ୟାଟସମ୍ୟାନ ଥିଲେ । ତେଣୁ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ଗହଳି ଥିଲା । କିନ୍ତୁ ସେଭଳି ଭଲ ପ୍ରଦର୍ଶନ କରିପାରିନଥିଲେ ଏହି ଦୁଇ ବ୍ୟାଟସମ୍ୟାନ । କ୍ରିସ ଗେଲ ୧୫ ରନ୍ କରିଥିବା ବେଳେ ବୀରେନ୍ଦ୍ର ସେହୱାଗ ଗୋଟିଏ ଛକା ଓ ୩ଟି ଚୌକା ସହିତ ୨୭ ରନ୍ କରିପାରିଥିଲେ । କିଙ୍ଗସ ଟିମରୁ ଶ୍ରୀଶାନ୍ତ ସର୍ବାଧିକ ୩ଟି ୱିକେଟ ନେଇଥିଲେ ।